Photograph: ( Hindustan Times)
ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଫ୍ଲୋରିଡା ରିସର୍ଟ ମାର୍-ଏ-ଲାଗୋ ଉପରେ ୩ଟି ବିମାନ ବାୟୁସୀମା ଅତିକ୍ରମ କରିବା ପରେ ତୁରନ୍ତ ଏଫ-୧୬ ଲଢୁଆ ବିମାନ ମୁତୟନ କରାଯାଇଥିଲା। ଏହି ୩ଟି ବେସାମରିକ ବିମାନକୁ ତୁରନ୍ତ ସୀମା ବାହାରକୁ ନିଆଯାଇଥିଲା ଏବଂ ଏହାର ତଦନ୍ତ ଜାରି ରହିଛି। ଆକାଶ ମାର୍ଗ ଉଲ୍ଲଂଘନ ନେଇ ଉତ୍ତର ଆମେରିକୀୟ ଏରୋସ୍ପେସ୍ ଡିଫେନ୍ସ କମାଣ୍ଡ (ନୋରଏଡି) ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୂର୍ବାହ୍ନ ୧୧ଟା ୫, ୧୨ଟା ୧୦ ଓ ୧୨ଟା ୫୦ରେ ଏହି ଘଟଣା ଘଟିଥିବା ବେଳେ ଆକାଶ ମାର୍ଗ ଉଲ୍ଲଂଘନର କାରଣ ଅସ୍ପଷ୍ଟ ରହିଛି।
‘ପାମ୍ ବିଚ୍ ପୋଷ୍ଟ’ର ସ୍ଥାନୀୟ ରିପୋର୍ଟରେ ଟ୍ରମ୍ପଙ୍କ ମାର୍-ଏ-ଲାଗୋ ଇଷ୍ଟେଟ୍ ଗସ୍ତ ସମୟରେ ଏହି ଅଞ୍ଚଳରେ ପୂର୍ବରୁ ମଧ୍ୟ ଆକାଶପଥ ଉଲ୍ଲଂଘନ ହୋଇଥିବା ଦର୍ଶାଯାଇଛି। ଏହି ପ୍ରକାର ଆକାଶପଥ ଉଲ୍ଲଂଘନ ଯୋଗୁଁ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏବେ କାର୍ଯ୍ୟାନୁଷ୍ଠାନ ପାଇଁ ଲଢ଼ୁଆ ଜେଟ୍ ମୁତୟନ କରାଯାଇଛି ଏବଂ ସୁରକ୍ଷା ସୁନିଶ୍ଚିତ କରିବାକୁ ନୂଆ ନିର୍ଦ୍ଦେଶାବଳୀ ଜାରି ହୋଇଛି।
Follow Us