କାନପୁର ଏନ୍‌କାଉଣ୍ଟର ମାମଲାରେ ୩ ପୁଲିସ ନିଲମ୍ବିତ

Advertisment

ଦୁବେ ସମ୍ପର୍କରେ ସୂଚନା ଦେଲେ ଅଢ଼େଇ ଲକ୍ଷ ପୁରସ୍କାର ରାଶି

ଦୁବେ ସମ୍ପର୍କରେ ସୂଚନା ଦେଲେ ଅଢ଼େଇ ଲକ୍ଷ ପୁରସ୍କାର ରାଶି

କୁଖ୍ୟାତ ଅପରାଧୀ ବିକାଶ ଦୁବେ ଏବେ ବି ପୁଲିସ ପାଇଁ ଅପହଞ୍ଚ

New Indian Express

କାନପୁର: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେକୁ ଏଯାବତ୍‌ ପୁଲିସ ଧରି ପାରିନି। ତେବେ କାନ୍‌ପୁର ଏନ୍‌କାଉଣ୍ଟର ମାମଲାରେ ୨ଜଣ ଏସ୍‌ଆଇସି ଏବଂ ଜଣେ କନେଷ୍ଟବଳଙ୍କ ସମେତ ସମୁଦାୟ ୩ ଜଣ ଦାୟିତ୍ବରେ ଅବହେଳା ପାଇଁ ଆଜି ନିଲମ୍ବିତ ହୋଇଛନ୍ତି । ପୂର୍ବରୁ ଅନ୍ୟ ଜଣେ ପୁଲିସ ନିଲମ୍ବିତ ହୋଇଥିଲେ। ଚୌବେପୁର ଥାନାରେ ନିଯୁକ୍ତ ହୋଇଥିବା ଏହି ୩ ପୁଲିସଙ୍କ ବିରୋଧରେ ପ୍ରାରମ୍ଭିକ ତଦନ୍ତ ଆରମ୍ଭ ହୋଇଛି। ଅନ୍ୟପକ୍ଷେ ବିକାଶ ଦୁବେ ସମ୍ପର୍କରେ ସୂଚନା ଦେବାପାଇଁ ପୁରସ୍କାର ରାଶି ଅଢ଼େଇ ଲକ୍ଷକୁ ବୃଦ୍ଧି କରାଯାଇଛି। ୮ ପୁଲିସଙ୍କ ହତ୍ୟାକାଣ୍ଡ ପରଠାରୁ ଦୁବେ ଫେରାର୍‌ ଅଛି। ପୂର୍ବରୁ ଦୁବେ ମୁଣ୍ଡରେ ୫୦ ହଜାର ପୁରସ୍କାର ଘୋଷଣା ହୋଇଥିଲା, ପରେ ଏହାକୁ ୧ ଲକ୍ଷକୁ ବୃଦ୍ଧି କରାଯାଇଥିଲା। କିନ୍ତୁ ଏବେ ଏ‌ହାକୁ ୨.୫ ଲକ୍ଷକୁ ବୃଦ୍ଧି କରାଯାଇଛି। ଭାରତ- ନେପାଳ ସୀମାରେ ଦୁବେର ଏକ ଫଟୋ ଲାଗିଛି। ଦୁବେ ଶେଷ ଥର ପାଇଁ ଅରେୟାରେ ଦେଖିବାକୁ ମିଳିଥିଲା। ପୁଲିସ ଅନୁମାନ କରୁଛି ଦୁବେ ଉତ୍ତରପ୍ରଦେଶ ଛାଡ଼ି ମଧ୍ୟପ୍ରଦେଶ କିମ୍ବା ରାଜସ୍ଥାନ ପଳାଇଛି। ଦୁବେର ଜଣେ ସହଯୋଗୀକୁ ପୁଲିସ ଗିରଫ କରି ଜେରା କରିଛି। ପୁଲିସ ରେଡ୍‌ ପାଇଁ ଯିବା ପୂର୍ବରୁ ସେମାନଙ୍କ ନିକଟକୁ ପ୍ରଥମେ ଥାନାରୁ ଫୋନ୍‌ ଯାଇଥିଲା ବୋଲି ସେ ସ୍ବୀକାର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe