ଫ୍ରାନ୍ସରେ ରାଫେଲ ଚାଳନା ଶିଖୁଛନ୍ତି ବାୟୁସେନାର ବଛା ବଛା ପାଇଲଟ୍‌, ତାଲିମ ପାଇଁ ୩ଟି ରାଫେଲ ବିମାନ ଯୋଗାଇଲା ଡାସାଲ୍ଟ କମ୍ପାନି

ଫ୍ରାନ୍ସରେ ରାଫେଲ ଚାଳନା ଶିଖୁଛନ୍ତି ବାୟୁସେନାର ବଛା ବଛା ପାଇଲଟ୍‌, ତାଲିମ ପାଇଁ ୩ଟି ରାଫେଲ ବିମାନ ଯୋଗାଇଲା ଡାସାଲ୍ଟ କମ୍ପାନି

Dassault

ନୂଆଦିଲ୍ଲୀ : ଭାରତ ଗତ ଅକ୍ଟୋବର ୮ରେ ପ୍ରଥମ ରେଫଲ ଲଢୁଆ ବିମାନ ପାଇଥିଲା । ତେବେ ଏହା ଆସନ୍ତା ବର୍ଷ ଭାରତରେ ପହଞ୍ଚିବ । କିନ୍ତୁ ଏବେଠାରୁ ରାଫେଲ ବିମାନ ଚଳାଇବା ଓ ତାହାର ମରାମତି କୌଶଳ ଶିକ୍ଷାକରୁଛନ୍ତି ଭାରତୀୟ ବାୟୁସେନାର ଏକ ଟିମ । ଏହି ଟିମରେ ରହିଛନ୍ତି ବାୟୁସେନାର ବଛା ବଛା ପାଇଲଟ ଓ ଇଂଜିନିୟର । ସେମାନେ ପ୍ୟାରିସରେ ରହି ଏହି ତାଲିମ ନେଉଛନ୍ତି । ଏହି ତାଲିମ ପାଇଁ ରାଫେଲ ନିର୍ମାଣ କରୁଥିବା ଫ୍ରେଞ୍ଚ୍‌ କମ୍ପାନି ଡାସାଲ୍ଟ ଆଭିଏସନ ୩ଟି ରାଫେଲ ବିମାନ ଯୋଗାଇଦେଇଛି । କମ୍ପାନିର କେତେକ ଅଭିଜ୍ଞ ପାଇଲଟ ଓ ଇଂଜିନିୟର ଭାରତୀୟ ଦଳକୁ ଏହି ତାଲିମ ପ୍ରଦାନ କରୁଛନ୍ତି ।

ଭାରତ ଗତ ଅକ୍ଟୋବର ୮ରେ ପ୍ରଥମ ରାଫେଲ ବିମାନ ପାଇଥିଲା । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ପ୍ୟାରିସ ଯାଇ ଏହାକୁ ଗ୍ରହଣ କରିଥିଲେ । ଆସନ୍ତା ୨୦୨୨ ସୁଦ୍ଧା ସମସ୍ତ ୩୬ଟି ରାଫେଲ ବିମାନ ଭାରତୀୟ ବାୟୁସେନା ହାତକୁ ଆସିଯାଇଥିବ । ଭାରତକୁ ରାଫେଲ ବିମାନ ଆସିବା ପୂର୍ବରୁ ଭାରତୀୟ ବାୟୁସେନା ନିଜର ଲଢୁଆ ପାଇଲଟଙ୍କ ତାଲିମ ଶେଷ କରିବାକୁ ଚାହୁଁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe