ପ୍ରଜ୍ଞାପନ ମେଢ଼ ପାଇଁ ମଗାଗଲା ୩ ବିଷୟ ଆଧାରିତ ପ୍ରସ୍ତାବ

ପ୍ରଜ୍ଞାପନ ମେଢ଼ ପାଇଁ ମଗାଗଲା ୩ ବିଷୟ ଆଧାରିତ ପ୍ରସ୍ତାବ

India Today

ନୂଆଦିଲ୍ଲୀ : ୨୦୨୩ ସାଧାରଣତନ୍ତ୍ର ଦିବସ ପାଇଁ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ ଏବଂ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗର ପ୍ରଜ୍ଞାପନ ମେଢ଼କୁ ଚୟନ କରିବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହି ମର୍ମରେ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ ତଥା ଭାରତ ସରକାରଙ୍କର ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗମାନଙ୍କୁ ପତ୍ରଲେଖି ପ୍ରସ୍ତାବ ପଠାଇବା ପାଇଁ ଅନୁରୋଧ କରିଛି।

୨୦୨୩ ସାଧାରଣତନ୍ତ୍ର ଦିବସରେ ‌ପ୍ରଜ୍ଞାପନ ମେଢ଼ଗୁଡ଼ିକୁ ତିନିଟି ବିଷୟ ଆଧାରରେ ପ୍ରସ୍ତୁତ କରିବା ପାଇଁ କୁହାଯାଇଛି। ସ୍ବାଧୀନତା ୭୫ ବର୍ଷ, ଅନ୍ତର୍ଜାତୀୟ ମିଲେଟ୍‌ ବର୍ଷ ଏବଂ ନାରୀ ଶକ୍ତି ଆଧାରିତ ବିଷୟରେ ପ୍ରଜ୍ଞାପନ ମେଢ଼କୁ ପ୍ରସ୍ତୁତ କରାଯିବ। ପ୍ରତିରକ୍ଷା ମନ୍ତ୍ରାଳୟ କଳା ଓ ବିଭିନ୍ନ କ୍ଷେତ୍ରରେ ଜଡ଼ିତ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ନେଇ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଛି। କମିଟି ଦ୍ବାରା ପ୍ରଜ୍ଞାପନ ମେଢ଼ଗୁଡିକୁ ଚୟନ କରିବ।

ମିଳିଥିବା ସୂଚନା ଅନୁସାରେ ଆସନ୍ତା ମାସରେ କମିଟି ରାଜ୍ୟ, କେନ୍ଦ୍ର ଶାସିତ ଅଂଚଳ, ବିଭିନ୍ନ ମନ୍ତ୍ରାଳୟ ଓ ବିଭାଗଗୁଡ଼ିକର ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ବୈଠକ କରିବ। ସର୍ବୋତ୍ତମ ପ୍ରସ୍ତାବଗୁଡ଼ିକ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପୂର୍ବରୁ କମିଟି ଚାରିଟି ପର୍ଯ୍ୟାୟରେ କମିଟି ବୈଠକ କରିବ। ଗତ ୫ ବର୍ଷ ମଧ୍ୟରେ କେବଳ ୨୦୨୦ରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀ ସାଧାରଣତନ୍ତ୍ର ଦିବସ ପରେଡ୍‌ରେ ସ୍ଥାନ ପାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe