ଉରିରେ ୩ ଆତଙ୍କବାଦୀ ନିପାତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

Advertisment
ଉରିରେ ୩ ଆତଙ୍କବାଦୀ ନିପାତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

The Hindu

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉରିରେ ଆଜି ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା ମିଳିଛି। ଗତ ୪ ଦିନ ଧରି ସୁରକ୍ଷାକର୍ମୀଙ୍କ ପକ୍ଷରୁ ଉରିରେ ଚାଲିଥିବା ଅନୁପ୍ରବେଶ ନିରୋଧ ଅପରେସନ୍‌‌ରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ନିକଟରେ ପିଓକେ ଦେଇ ଭାରତକୁ ପଶି ଆସିଥିଲେ। ଭାରତୀୟ ସେନା ୩ ଆତଙ୍କବାଦୀଙ୍କୁ ନିପାତ କରିବା ‌ସହ ସେମାନଙ୍କଠାରୁ ୫ଟି ଏକେ-୪୭, ୮ଟି ପିସ୍ତଲ ଏବଂ ୮୦ଟି ହାଣ୍ଡ୍ ଗ୍ରେନେଡ୍‌ ଜବତ କରିଛି। ଚିନାର କମାଣ୍ଡର ଜେନେରାଲ ଡିପି ପାଣ୍ଡେ କହିଛନ୍ତି, ଆଜି ସକାଳେ ରାମପୁର ସେକ୍ଟର ସ୍ଥିତ ହାଥଲଙ୍ଗା ଜଙ୍ଗଲରେ ଆତଙ୍କବାଦୀଙ୍କ ଗତିବିଧି ଜଣାପଡ଼ିବାପରେ ଅପରେସନ ଜୋରଦାର ହୋଇଥିଲା। ଏହି ଅପରେସନରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଭାରତୀୟ ସେନା ନିକଟରେ ଉରି ସେକ୍ଟର ସ୍ଥିତ ଏଲ୍‌ଓସିରେ ଆତଙ୍କବାଦୀଙ୍କର ଏକ ଅନୁପ୍ର‌ବେଶ ଉଦ୍ୟମ ପଣ୍ଡ କରିଦେଇଥିଲା। ୪ ଦିନ ଧରି ଉରିରେ ବଡ଼ ଧରଣର ସର୍ଚ୍ଚ‌୍ ଅପରେସନ୍‌ ଚାଲିଥିଲା। ଗତ ସୋମବାରଠାରୁ ଅପରେସନ୍‌ ଆରମ୍ଭ ହୋଇଛି। ସୋମବାର ଦିନ ଉରି ସେକ୍ଟରରେ ମୋବାଇଲ ଏବଂ ଇଣ୍ଟରନେଟ୍‌ ସେବା ବନ୍ଦ ରହିଥିଲା। ଗତ ୧୮ ତାରିଖରେ ମଧ୍ୟ ଅନ୍ୟ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe