News Room Odisha
ନୂଆଦିଲ୍ଲୀ : ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ସଂପର୍କିତ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ଅମର ଚିତ୍ର କଥା ସହଯୋଗରେ କମିକ ବୁକ୍ର ତୃତୀୟ ସଂସ୍କରଣ ପ୍ରକାଶ ପାଇଛି। ଏଥିରେ ଓଡ଼ିଶାର ତିନି ଜଣ ଆଦିବାସୀ ସ୍ବାଧୀନତା ସଂଗ୍ରାମୀ ସ୍ଥାନ ପାଇଛନ୍ତି। ଏମାନେ ହେଲେ ରିଣ୍ଡୋ ମାଝି, ଚକରା ବିଶୋୟୀ ଓ ଲକ୍ଷ୍ମଣ ନାୟକ।
ରିଣ୍ଡୋ ମାଝି ଓ ଚକରା ବିଷୋୟୀଙ୍କ ବିଷୟରେ କୁହାଯାଉଛି, ଉଭୟ କଳାହାଣ୍ଡିର କନ୍ଧ ନେତା ଥିଲେ। ଜନଜାତି ମାମଲାରେ ଏହି ଦୁଇ ବିଶିଷ୍ଟ ସଂଗ୍ରାମୀ ବ୍ରିଟିସମାନଙ୍କ ହସ୍ତକ୍ଷେପକୁ ବିରୋଧ କରିଥିଲେ। ରେଣ୍ଡୋ ମାଝିଙ୍କୁ ଫାଶି ଦିଆଯାଇଥିଲା। ଚକରା ବିଷୋୟୀ ପଳାୟନ କରିଥିଲେ ଏବଂ ଲୁଚିରହିଥିବା ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସେହି ଭଳି ଭୂୟାଁ ଆଦିବାସୀ ନେତା ଲକ୍ଷ୍ମଣ ନାୟକ ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ। ସ୍ବାଧୀନତା ଆନ୍ଦୋଳନରେ ସାମିଲ ହେବା ପାଇଁ ସେ ଜନଜାତି ସଂପ୍ରଦାୟକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କରିଥିଲେ। ଜଣେ ବନ୍ଧୁଙ୍କୁ ହତ୍ୟା ଅଭିଯୋଗରେ ତାଙ୍କୁ ପାଶି ଦିଆଯାଇଥିଲା। ସଂସ୍କୃତି ମନ୍ତ୍ରାଳୟ ଦ୍ବାରା ‘ଆଜାଦୀ କା ଅମୃତ ମହୋତ୍ସବ’ ଅନ୍ତର୍ଗତ ଅମର ଚିତ୍ର କଥା ସହଯୋଗରେ ପ୍ରକାଶିତ ପ୍ରଥମ ସଂସ୍କରଣ କମିକ ବୁକ୍ରେ ୧୩ ଜଣ ମହିଳା ଅଖ୍ୟାତ ସ୍ବାଧୀନତା ସଂଗ୍ରାମୀ ଓ ଦ୍ବିତୀୟ ସଂସ୍କରଣରେ ୧୫ ଜଣ ମହିଳା ସ୍ବାଧୀନତା ସଂଗ୍ରାମୀଙ୍କ ସଂପର୍କରେ ଉଲ୍ଲେଖ କରାଯାଇଥିଲା।
Follow Us