କାହାର ପୁଷ ମାସ ତ କାହାର ସର୍ବନାଶ! ବିମୁଦ୍ରାୟନ ପରେ ଲୋକ ଛଟପଟ ହେଉଥିବା ବେଳେ ମାଲାମାଲ୍‌ ହୋଇଥିଲା ହନୁମାନଙ୍କର ଏହି ମନ୍ଦିର

କାହାର ପୁଷ ମାସ ତ କାହାର ସର୍ବନାଶ! ବିମୁଦ୍ରାୟନ ପରେ ଲୋକ ଛଟପଟ ହେଉଥିବା ବେଳେ ମାଲାମାଲ୍‌ ହୋଇଥିଲା ହନୁମାନଙ୍କର ଏହି ମନ୍ଦିର

(Photo | PTI)

ବିଜୟଓ୍ଵାଡା: ଇତି ମଧ୍ୟରେ ବିମୁଦ୍ରାୟନକୁ ୩ ବର୍ଷ ହୋଇଛି। ବିମୁଦ୍ରାୟନ ସମୟରେ ଆନ୍ଧ୍ରପ୍ରଦେଶର ଦଶଅଞ୍ଜନେୟ ସ୍ୱାମୀ ମନ୍ଦିରକୁ ଭକ୍ତମାନେ ଯେତେ ପରିମାଣର ଦାନ କରିଥିଲେ ତାହା ବୋଧ ହୁଏ ପୂର୍ବରୁ କେବେ ଦେଖିବାକୁ ମିଳି ନଥିଲା। ବିମୁଦ୍ରାୟନର ପ୍ରଭାବ ସମସ୍ତଙ୍କୁ ବ୍ୟସ୍ତ କରି ପକାଉଥିବା ବେଳେ ବଜରଙ୍ଗୀ ମହାପ୍ରଭୁଙ୍କର ଏହି ମନ୍ଦିର ୧.୦୫ କୋଟି ରୋଜଗାର କରି ଚର୍ଚ୍ଚାର ପରିସରକୁ ଆସିଥିଲା। ଆଶ୍ଚର୍ଯ୍ୟର କଥା ହେଉଛି ପୂର୍ବରୁ ୨ ମାସ ମଧ୍ୟରେ ମନ୍ଦିର ହୁଣ୍ଡିରୁ ସର୍ବାଧିକ ୨.୫ ଲକ୍ଷରୁ ୩ ଲକ୍ଷ ସଂଗ୍ରହ କରାଯାଇଥାଏ। ମାତ୍ର ବିମୁଦ୍ରାୟନ ପରେ ଏକାଥରକେ ଏତେ ବଡ଼ ରକମର ସଂଗ୍ରହ ସଭିଙ୍କୁ ଚକିତ କରି ପକାଇଥିଲା।

publive-image India Today

ମନ୍ଦିର ହୁଣ୍ଡିରୁ ମାତ୍ରାଧିକ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଦେଖିବାକୁ ମିଳିଥିଲା। ପୂର୍ବରୁ ମନ୍ଦିର ହୁଣ୍ଡିରେ ପ୍ରାୟତଃ ୧୦, ୨୦, ୫୦ ଟଙ୍କିଆ ନୋଟ୍‌ ବେଶି ପରିମାଣରେ ଦେଖିବାକୁ ମିଳୁଥିବା ବେଳେ ବିମୁଦ୍ରାୟନ ପରେ ଅଧିକାଂଶ ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍‌ ଦେଖିବାକୁ ମିଳିଥିଲା।

୨୦୧୬ ମସିହା ନଭେମ୍ବର ୨୪ ତାରିଖରେ ହୁଣ୍ଡିର ଟଙ୍କା ଗଣା ସକାଳ ୮ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟାରେ ଶେଷ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଜାଣିବାକୁ ମିଳିଥିଲା ଯେ ହୁଲତ କିଛି ବ୍ୟବସାୟୀ ଓ କଳାଧନ ମହଜୁଦ୍‌କାରୀ ସେମାନଙ୍କ ଟଙ୍କାକୁ ଏପରି ମନ୍ଦିର ହୁଣ୍ଡିରେ ପକାଇ ଚାଲି ଯାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe