.thequint.com
ନୂଆଦିଲ୍ଲୀ: ‘ମହିଳା ଓବାମା’ ଭାବେ ସୁପରିଚିତ ପ୍ରଥମ ଥର ସିନେଟର୍ ହୋଇଥିବା କମଳା ଦେବୀ ହ୍ୟାରିସ୍ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରଥମ ମହିଳା, ଅଣଶ୍ବେତାଙ୍ଗ ଏବଂ ଭାରତୀୟ-ଆମେରିକୀୟ ଉପରାଷ୍ଟ୍ରପତି ହୋଇ ଇତିହାସ ସୃଷ୍ଟି କରିଛନ୍ତି। ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଓ କମଳ ହ୍ୟାରିସଙ୍କ ଯୋଡ଼ି ବିଜୟ ଅଭିମୁଖେ ଅଗ୍ରସର ଅଛନ୍ତି।
କମଳ ହ୍ୟାରିସଙ୍କ ବିଜୟର ଖୁସି ଆମେରିକା ସହିତ ତାମିଲନାଡୁର ତୁଲାସେନ୍ଦ୍ରପୁରମ ଗ୍ରାମର ଲୋକଙ୍କ ମଧ୍ୟରେ ଥିବା ଦେଖିବାକୁ ମିଳିଛି।
.thequint.comସୂଚନାଯୋଗ୍ୟ, କମଳ ହ୍ୟାରିସଙ୍କ ମା’ ତୁଲାସେନ୍ଦ୍ରପୁରମରେ ଥିଲେ। ଏଠାରେ ଏବେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ନେଇ ଖୁସିର ପରିବେଶ ଦେଖିବାକୁ ମିଳୁଛି। ଲୋକମାନେ ଘର ସାମ୍ନା, ରାସ୍ତାପାର୍ଶ୍ବ ଆଦି ସ୍ଥାନରେ ସ୍ଲୋଗାନ୍ ଲେଖି ନିଜନିଜର ଭାବନକୁ ବ୍ୟକ୍ତ କରୁଛନ୍ତି। ଏଥିସହିତ ତାମିଲନାଡୁର ଖାଦ୍ୟ ମନ୍ତ୍ରୀ ଆର କାମରାଜଙ୍କ ସହିତ କିଛି ସ୍ଥାନୀୟଲୋକ ମନ୍ଦିରକୁ ଯାଇ କମଳା ହ୍ୟାରିସଙ୍କ ପାଇଁ ପୂଜାଅର୍ଚ୍ଚନା କରିଛନ୍ତି।

ସ୍ଥାନୀୟଗ୍ରାମବାସୀମାନେ ରଙ୍ଗୋଲି ତିଆରି କରି କମଳା ହ୍ୟାରିସଙ୍କୁ ତାଙ୍କ ବିଜୟର ଶୁଭକାମନା ଜଣାଇବା ସହିତ ଗ୍ରାମର ଗୌରବ ବୋଲି ବି କହିଛନ୍ତି। ଏଥିସହିତ କେବେ ସମୟ ହେଲେ କମଳା ହ୍ୟାରିସ ତୁଲାସେନ୍ଦ୍ରପୁରମ ଗ୍ରାମକୁ ଗସ୍ତରେ ଆସିବେ ବୋଲି ଗ୍ରାମବାସୀ ଆଶା ରଖିଛନ୍ତି।
Follow Us