କାଳବୈଶାଖୀର ତାଣ୍ଡବରେ ଛାରଖାର ହୋଇଗଲା ସପ୍ତଋଷିଙ୍କ ୬ ମୂର୍ତ୍ତି, ଦୁର୍ଘଟଣାରୁ ବର୍ତ୍ତିଲେ ଶ୍ରଦ୍ଧାଳୁ

Advertisment

୭୯୩ କୋଟି ଟଙ୍କାର ମହାକାଳ କରିର୍ଡରକୁ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

୭୯୩ କୋଟି ଟଙ୍କାର ମହାକାଳ କରିର୍ଡରକୁ ଲୋକାର୍ପଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ

କାଳବୈଶାଖୀର ତାଣ୍ଡବରେ ଛାରଖାର ହୋଇଗଲା ସପ୍ତଋଷିଙ୍କ ୬ ମୂର୍ତ୍ତି, ଦୁର୍ଘଟଣାରୁ ବର୍ତ୍ତିଲେ ଶ୍ରଦ୍ଧାଳୁ

ଉଜ୍ଜୟିନୀ: ରାଜସ୍ଥାନ ଓ ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରବିବାର କାଳବୈଶାଖୀର ଉଗ୍ରରୂପ ଦେଖିବାକୁ ମିଳିଛି। ଏହି କାରଣରୁ ମହାକାଳ ମନ୍ଦିର କୋରିର୍ଡରରେ ନିର୍ମିତ ହୋଇଥିବା ସପ୍ତଋଷିଙ୍କ ୬ଟି ମୂର୍ତ୍ତି ଭାଙ୍ଗି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଅକ୍ଟୋବର ୧୧ ତାରିଖରେ ଉଜ୍ଜୈନର ବିଶ୍ବ ପ୍ରସିଦ୍ଧ ଜ୍ୟେର୍ତିଲିଙ୍ଗ ମହାକାଳେଶ୍ବର ମନ୍ଦିରରେ ‘ମହାକାଳ କରିର୍ଡର’ର ଲୋକାର୍ପଣ କରିଥିଲେ। ୧୦ରୁ ୨୫ ଫୁଟ ଉଚ୍ଛ ଏହି ମୂର୍ତ୍ତି ନାଲି ପଥର ଏବଂ ଫାଇଭର ରେନଫୋର୍ସ ପ୍ଲାଷ୍ଟିକ୍‌ରେ ନିର୍ମିତ ହୋଇଥିଲା।

ସପ୍ତଋଷି ମୂର୍ତ୍ତିଗୁଡ଼ିକ ଗୁଜରାଟ, ଓଡ଼ିଶା ଓ ରାଜସ୍ଥାନର କାରିଗରମାନେ ନିର୍ମାଣ କରିଥିଲେ। ଏହି ମୂର୍ତ୍ତିଗୁଡ଼ିକ ଭାଙ୍ଗିଯିବା ଫଳରେ ଏହାକୁ ପୁଣି ଥରେ କ୍ରେନ୍‌ ସାହାଯ୍ୟରେ ସ୍ଥାପନ କରାଯିବ। ବର୍ତ୍ତମାନ ପରିସ୍ଥିତିରେ ମୂର୍ତ୍ତିଗୁଡ଼ିକ ପୁଣି ଥରେ ସ୍ଥାପନ କରିବା ପାଇଁ ‘ମହାକାଳ କରିର୍ଡର’କୁ ବନ୍ଦ ରଖାଯାଇଛି।

କାଳବୈଶାଖୀ ଯୋଗୁଁ ଉଜ୍ଜୟିନୀସ୍ଥିତ ସନ୍ଦିପନୀ ଆଶ୍ରମ ସାମ୍ନାରେ ଗଛ ଉପୁଡ଼ିଛି। ଖୁସିର କଥା ଯେ, ଏହି ଦୁର୍ଘଟଣାରୁ ଶ୍ରଦ୍ଧାଳୁ ବର୍ତ୍ତିଯାଇଛନ୍ତି। ଜିଲ୍ଲାପାଳ କୁମାର ପୁରୁଷୋତ୍ତମଙ୍କ କହିବା ଅନୁସାରେ ବଡ଼ଧରଣର କାଳବୈଶାଖୀ ଯୋଗୁଁ ମୂର୍ତ୍ତିଗୁଡ଼ିକ ତଳେ ପଡ଼ି ଯାଇଥିଲା। ଏହି ମୂର୍ତ୍ତିଗୁଡ଼ିକ ୧୦ ବର୍ଷ ପାଇଁ ନିର୍ମାଣ କରାଯାଇଥିଲା। ପଥରରେ ନିର୍ମାଣ କରାଗଲେ ସମୟ ଲାଗିବ। ବର୍ତ୍ତମାନ ପରିସ୍ଥିତିରେ କଂପାନି ପକ୍ଷରୁ ଏହାର ମରାମତି କରାଯିବ।

ସୂଚନାଯୋଗ୍ୟ ମହାକଳ କରିର୍ଡର ପାଇଁ ପ୍ରଥମ ପର୍ଯ୍ୟାୟରେ ୭୯୩ କୋଟି ଟଙ୍କାର କାମ ଶେଷ ହୋଇସାରିଛି। ଏହାର ଦ୍ବିତୀୟ ପର୍ଯ୍ୟାୟ କାମ ଆରମ୍ଭ ହୋଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe