ତିବ୍ବତ ଭୂମିକମ୍ପ ମୃତ୍ୟୁସଂଖ୍ୟା ୧୨୬ ଛୁଇଁଲା

ତିବ୍ଦତରେ ମଙ୍ଗଳବାର ହୋଇଥିବା ୬.୮ ତୀବ୍ରତାର ଭୂମିକମ୍ପରେ ହୋଇଥିବା ମୃତ୍ୟୁସଂଖ୍ୟା ୧୨୬ରେ ପହଞ୍ଚିଛି। ଏହା ସହିତ ହଜାର ହଜାର ଘର ଧ୍ୱଂସ ହୋଇଯାଇଛି। ଦୃଶ୍ୟ ଏପରି ଯେ ଚାରିଆଡେ ଧ୍ବଂସାବଶେଷ ଦେଖିବାକୁ ମିଳୁଛି।

tibet

ଲାସା: ତିବ୍ଦତରେ ମଙ୍ଗଳବାର ହୋଇଥିବା ୬.୮ ତୀବ୍ରତାର ଭୂମିକମ୍ପରେ ହୋଇଥିବା ମୃତ୍ୟୁସଂଖ୍ୟା ୧୨୬ରେ ପହଞ୍ଚିଛି। ଏହା ସହିତ ହଜାର ହଜାର ଘର ଧ୍ୱଂସ ହୋଇଯାଇଛି। ଦୃଶ୍ୟ ଏପରି ଯେ ଚାରିଆଡେ ଧ୍ବଂସାବଶେଷ ଦେଖିବାକୁ ମିଳୁଛି। ଭୂକମ୍ପର କେନ୍ଦ୍ରସ୍ଥଳ ମାଉଣ୍ଟ ଏଭରେଷ୍ଟଠାରୁ ପ୍ରାୟ ୮୦ କିଲୋମିଟର ଉତ୍ତରରେ ଥିଲା । ପଡ଼ୋଶୀ ଦେଶ ନେପାଳ, ଭୁଟାନ ଓ ଭାରତରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଛି।

ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କହିଛନ୍ତି ଯେ କ୍ଷୟକ୍ଷତି କୁ ହ୍ରାସ କରିବା ଏବଂ ପ୍ରଭାବିତଲୋକଙ୍କୁ ଥଇଥାନ କରିବା ପାଇଁ ବ୍ୟାପକ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରାଯିବା ଆବଶ୍ୟକ। ସେପଟେ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା କହିଛନ୍ତି ଯେ ସେ ବହୁତ ଦୁଃଖିତ ।

ଚାଇନା ଭୂକମ୍ପ ନେଟୱାର୍କ ସେଣ୍ଟର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଟିଙ୍ଗ୍ରି କାଉଣ୍ଟିର ୧୦ କିଲୋମିଟର (୬.୨ ମାଇଲ) ଗଭୀରତାରେ ରଖିଛି । ଏହାକୁ ଏଭରେଷ୍ଟର ଉତ୍ତର ପ୍ରବେଶ ପଥ କୁହାଯାଏ । ତିବ୍ଦତ ଅଗ୍ନିଶମ ଏବଂ ଉଦ୍ଧାର ଦ୍ୱାରା ପ୍ରକାଶିତ ଭିଡିଓରେ ଶିଗାତ୍ସେ ସହରର ଅନେକ ଘର ଭଙ୍ଗାରୁଜାରେ ପରିଣତ ହୋଇଥିବା ଦେଖିବାକୁ ମିଳିଛି। ଉଦ୍ଧାରକାରୀ ମାନେ ଭାଙ୍ଗି ଯାଇଥିବା ଘରର ଭଗ୍ନାବଶେଷ ଖୋଜାଖୋଜି କରି ଜଣେ ଆହତ ବ୍ୟକ୍ତିଙ୍କୁ ବାହାର କରିଥିଲେ। ଟିଙ୍ଗରୀ ଗ୍ରାମର ହାରାହାରି ଉଚ୍ଚତା ପ୍ରାୟ ୪,୦ରୁ ୫,୦୦୦ ମିଟର (୧୩,୦୦୦-୧୬,୦୦୦ ଫୁଟ) ଅଟେ । ଭୂମିକମ୍ପ ସମୟରେ ତୀବ୍ର ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ୪.୪ ତୀବ୍ରତାର ୧୫୦ରୁ ଅଧିକ ଝଟକା ଅନୁଭୂତ ହୋଇଥିଲା।

ଚୀନ୍ ରାଷ୍ଟ୍ରପତି ସି ଜିନ୍ ପିଙ୍ଗ୍ କହିଛନ୍ତି ଯେ କ୍ଷୟକ୍ଷତି କୁ ହ୍ରାସ କରିବା ଏବଂ ପ୍ରଭାବିତଲୋକଙ୍କୁ ଥଇଥାନ କରିବା ପାଇଁ ବ୍ୟାପକ ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ କରାଯିବା ଆବଶ୍ୟକ। ସେପଟେ ତିବ୍ଦତୀୟ ଆଧ୍ୟାତ୍ମିକ ଗୁରୁ ଦଲାଇ ଲାମା କହିଛନ୍ତି ଯେ ସେ ବହୁତ ଦୁଃଖିତ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe