An Indian Railways staff counts currency notes of 500 denomination at a ticket counter, one of the few places still accepting the high denomination notes, in Allahabad, India , Wednesday, Nov. 9, 2016. Indians awakened to confusion Wednesday as banks and ATMs remained closed after the government withdrew the highest-denomination currency notes overnight to halt money laundering in a country where many in the poor and middle-class still rely mainly on cash. (AP Photo/Rajesh Kumar Singh)
ନୂଆଦିଲ୍ଲୀ: କରୋନା ଭୂତାଣୁ ଯୋଗୁଁ ଦେଶରେ ଲକଡାଉନ୍ ବଳବତ୍ତର ରହିଛି। ତେବେ ବର୍ତ୍ତମାନ ଧୀରେ ଧୀରେ କଟକଣା କୋହଳ ହେବାରେ ଲାଗିଛି । ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ରେଳବାଇ ଷ୍ଟେସନରେ ଥିବା କାଉଣ୍ଟରରେ ଟିକେଟ ବୁକିଂ ସୁବିଧା ମଧ୍ୟ ବନ୍ଦ କରିଦେଇଥିଲା। ଯାତ୍ରୀମାନଙ୍କୁ ଅନଲାଇନରେ ଟିକେଟ ବୁକ୍ କରିବାକୁ ପଡିବ ବୋଲି କୁହାଯାଇଥିଲେ ବି ବର୍ତ୍ତମାନ କିନ୍ତୁ ରେଳବାଇ ନିଷ୍ପତ୍ତି ନେଇଛି ଯେ କାଉଣ୍ଟରରୁ ଟିକେଟ୍ ବୁକ୍ କରାଯାଇପାରିବ।
ଯାତ୍ରୀମାନେ ଶୁକ୍ରବାର ଠାରୁ ରେଳ ଷ୍ଟେସନରେ କାଉଣ୍ଟରରୁ ସଂରକ୍ଷଣ କରିପାରିବେ। ରେଳ ପକ୍ଷରୁ ବିବୃତ୍ତି ଅନୁଯାୟୀ ଯାତ୍ରୀମାନେ ସଂରକ୍ଷିତ ଯାତ୍ରା ପାଇଁ ଷ୍ଟେସନ, ରେଳ ପରିସରରେ କାଉଣ୍ଟରରୁ ଟିକେଟ ବୁକ୍ କରିପାରିବେ। ଟିକେଟ୍ ବୁକିଂ ସମୟରେ ଜୋନାଲ ରେଳ ସାମାଜିକ ଦୂରତା ପାଇଁ ଦାୟୀ ରହିବ।
ଜୁନ ପହିଲାଠାରୁ ପୁଣି ଥରେ ଆଂଶିକ ଭାବେ ଆରମ୍ଭ ହେବ ଭାରତୀୟ ରେଳବାଇର ଯାତ୍ରୀବାହୀ ରେଳ ସେବା। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ଗୃହ ମନ୍ତ୍ରଣାଳୟର ସହିତ ପରାମର୍ଶ କରି ରେଳ ମନ୍ତ୍ରଣାଳୟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ପାଖାପାଖି ୨୦୦ ଟ୍ରେନ ଜୁନ୍ ପହିଲାରୁ ଚଳାଚଳ କରିବ ଏବଂ ଏଥିପାଇଁ ଆଜିଠାରୁ ଟିକେଟ ବୁକିଂ ଆରମ୍ଭ ହୋଇଛି । ବର୍ତ୍ତମାନ ଶ୍ରମିକ ସ୍ପେଶାଲ ଟ୍ରେନ ମେ ପହିଲା ଏବଂ ସ୍ବତନ୍ତ୍ର ଏସି ଟ୍ରେନ (୩୦ ଟ୍ରେନ) ୧୨ ମେ ଠାରୁ ଚଳାଚଳ କରୁଛି । ଏହାସହିତ ଏହି ଟ୍ରେନଗୁଡ଼ିକୁ ଚଳାଚଳ କରିବ ।
Follow Us