ଭାରତ-ପାକ୍ ମଧ୍ୟରେ ସଂପର୍କ ତିକ୍ତ : ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

ଭାରତ-ପାକ୍ ମଧ୍ୟରେ ସଂପର୍କ ତିକ୍ତ : ଭାରତୀୟ କୂଟନୀତିଜ୍ଞଙ୍କୁ ଭିସା ଦେବାକୁ ମନା କଲା ପାକିସ୍ତାନ

Times of India

ନୂଆଦିଲ୍ଲୀ:  ଭାରତୀୟ କୂଟନୀତିଜ୍ଞ ଜୟନ୍ତ ଖୋବ୍ରାଗଡେଙ୍କୁ ପାକିସ୍ତାନ ଭିସା ଦେବାକୁ ମନା କରିଦେଇଛି ଏବଂ ଇସଲାମାବାଦରେ ଭାରତର କୂଟନୈତିକ ପ୍ରତିନିଧି ଭାବରେ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ଏହା ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଆହୁରି ତିକ୍ତ କରିବ ବୋଲି ସ୍ପଷ୍ଟ ହୋଇଛି।

ଚଳିତ ବର୍ଷ ଜୁନ୍ ମାସରେ ଆନୁଷ୍ଠାନିକ ଭାବରେ ଇସଲାମାବାଦରେ କୂଟନୈତିକ ପ୍ରତିନିଧି ପାଇଁ ଖୋବ୍ରାଗଡେଙ୍କ ନାମ ଦିଆଯାଇଥିଲା। ସେହି ମାସରେ ଭାରତ ପାକିସ୍ତାନରେ  କାର୍ଯ୍ୟରତ  କର୍ମଚାରୀଙ୍କ ସଂଖ୍ୟା ୫୦ପ୍ରତିଶତ ହ୍ରାସ କରିବ ବୋଲି ପାକିସ୍ତାନକୁ ସୂଚିତ କରିଥିଲା। ଏହା ଦ୍ବିପାକ୍ଷିକ  କୂଟନୈତିକ ସମ୍ପର୍କକୁ ଆହୁରି ହ୍ରାସ କରିଥିଲା।

କଶ୍ମୀର ପ୍ରସଙ୍ଗରେ ଇସଲାମାବାଦର ପ୍ରଚାର ଯୁଦ୍ଧ ବିଫଳ ହେବା ପରେ ରାଗରେ ପାକିସ୍ତାନ ଖୋବ୍ରାଗଡେଙ୍କୁ  ଭିସା ଦେବାକୁ ମନା କରିଦେଇଥିବା କହିଛନ୍ତି ଭାରତ ସରକାର। ଏହା ସହ ଖୋବ୍ରାଗଡେଙ୍କ ବୟସକୁ ନେଇ ମଧ୍ୟ ପାକିସ୍ତାନ ତାଙ୍କର ନିଯୁକ୍ତିକୁ ପ୍ରତ୍ୟାଖ୍ୟାନ କରିଛି। ସେ ଏହି ଦାୟିତ୍ବ ତୁଲାଇବା ପାଇଁ ଅଧିକ ବୟସ୍କ ଅଟନ୍ତି ବୋଲି ପାକିସ୍ତାନ ଭାବୁଥିବା କହିଛନ୍ତି ଭାରତ ସରକାର।

publive-image universalpersonality

୧୯୯୫ବ୍ୟାଚ୍  ଜଣେ ଆଇଏଫ୍ଏସ ଅଧିକାରୀ ଖୋବ୍ରାଗଡେ ବର୍ତ୍ତମାନ ପରମାଣୁ ଶକ୍ତି ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରୁଛନ୍ତି | ସେ ଅତୀତରେ ଋଷ, ସ୍ପେନ ଏବଂ କାଜାକସ୍ତାନରେ ଭାରତୀୟ ମିଶନ ସହିତ କନିଷ୍ଠ କ୍ଷମତାରେ କାର୍ଯ୍ୟ କରିଥିଲେ। ପରେ କିର୍ଗିଜ ରିପବ୍ଲିକରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ କାର୍ଯ୍ୟ କରିଥିଲେ ସେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe