ndtv.in/
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରାୟତଃ ବନ୍ୟଜନ୍ତୁ ସହିତ ଜଡ଼ିତ ଭିଡିଓଗୁଡିକ ସାମ୍ନାକୁ ଆସିଥାଏ| ଏଥିମଧ୍ୟରୁ ଏମିତି କିଛି ଭିଡିଓ ଅଛି ଯାହାକୁ ଦେଖିଲେ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖିଲେ ଲୋକେ ଭୟଭୀତ ହୋଇପଡ଼ୁଛନ୍ତି। ଏମିତି କାହାରି ସହିତ ନଘଟୁ ବୋଲି କହୁଛନ୍ତି। ଭିଡିଓରେ ଭୋକରେ ରଡି ଛାଡ଼ୁଥିବା ବାଘକୁ ଜଣେ ମହିଳାଙ୍କ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳୁଛି। ଆକ୍ରମଣ କରିବା ସହିତ ମହିଳାଙ୍କୁ ବାଘ ଘୋଷାଡି ଘୋଷାଡି ନେଉଥିବା ବି ନଜରକୁ ଆସିଛି।
ଏହିପରି, ବଣୁଆ ଜନ୍ତୁ ସହିତ ଜଡିତ ଅନେକ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କେତେକ ଭିଡିଓରେ ବନ୍ୟଜନ୍ତୁ ଶିକାରର ସନ୍ଧାନରେ ଲୁଚି ରହିଥିବା ବେଳେ କେତେକ ପ୍ରାଣୀ ମଣିଷ ଉପରେ ଆକ୍ରମଣ କରୁଥିବା ଦେଖିବାକୁ ମିଳିଥାଏ। ନିକଟରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ରାସ୍ତାରେ ଛିଡ଼ା ହୋଇଥିବା ଏକ କାରରେ ମହିଳା ବସିଥିବା ବେଳେ ହଠାତ ଏକ ବାଘ ଆସି ତାଙ୍କ ଉପରେ ଆକ୍ରମଣ କରୁଛି। ବାଘଟି ଆକ୍ରମଣ କରିବା ସହିତ ଗାଡ଼ିରୁ ମହିଳାଙ୍କୁ ଘୋଷାଡି ଘୋଷାଡି ନିଜ ସହିତ ନେଉଥିବା ବି ଦେଖିବାକୁ ମିଳୁଛି।
ଏହି ଭିଡିଓ ଚୀନର ବୋଲି କୁହାଯାଉଛି । ତେବେ ବାଘ ଘୋଷାଡି ଘୋଷାଡି ନେଉଥିବା ମହିଳାଙ୍କ ଅବସ୍ଥା କ’ଣ ହୋଇଥିବା ତାହା ଚିନ୍ତା କଲା ବେଳକୁ ଲୋମମୂଳ ଟାଙ୍କୁରି ଉଠୁଛି। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ 'ଆନିମଲସ_ ପାୱରସ' ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି।
Follow Us