ରାସ୍ତାରେ ଯାଉଥିବା ବେଳେ ବାଇକ ଚାଳକଙ୍କୁ ମାଡ଼ି ବସିଲା ବାଘ

Advertisment
ରାସ୍ତାରେ ଯାଉଥିବା ବେଳେ ବାଇକ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ରର ଚନ୍ଦ୍ରପୁରରେ ଏକ ବାଘ ହେତୁ ‌କୋକୁଆ ଭୟ ଖେଳି ଯାଇଛି। ଗତ ରାତିରେ ବାଇକରେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ ବାଘ ଆକ୍ରମଣ କରିଥିଲା। ବାଇକ ଚଲାଉଥିବା ବେଳେ ହଠାତ ବାଘ ଆକ୍ରମଣ କରିବାରୁ ଚାଳକ ଭାରସାମ୍ୟ ରକ୍ଷା କରି ନପାରି ବାଇକ ସହ ରାସ୍ତାକୁ ଛିଟିକି ପଡ଼ିଥିଲେ।

ସେହି ରାସ୍ତା ଦେଇ ଯାଉଥିବା ଆଉ କିଛି ଶ୍ରମିକ ଓ ଅନ୍ୟଲୋକମାନେ ବାଘକୁ ଦେଖି ତାର ଉପରକୁ ପଥର ମାଡ଼ କରିଥିଲେ। ଲୋକଙ୍କ ହୋ ହାଲ୍ଲା ଶୁଣି ସ୍ଥାନୀୟଲୋକମାନେ ଘଟଣାସ୍ଥଳରୁ ଦୌଡ଼ି ଆସିଥିଲେ। କିନ୍ତୁ ସେତେବେଳକୁ ବାଘ ‌ନିକଟସ୍ଥ ଜଙ୍ଗଲକୁ ଚମ୍ପଟ ମାରିଥିଲା। ସୌଭାଗ୍ୟବଶତଃ ବାଘ ଆକ୍ରମଣର ଶିକାର ହୋଇଥିବା ଶ୍ରମିକଙ୍କ ଜୀବନ ରକ୍ଷା ପାଇଯାଇଥିଲା।

ତେବେ ଲୋକମାନେ ଯେତେବେଳେ ଆହତ ଶ୍ରମିକଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରୁଥିଲେ ବାଘ ପୁଣି ସେଠାକୁ ଆସିଥିଲା। ଆଉ ଏକାଠି ଏତେ ଲୋକଙ୍କୁ ଦେଖି ଆକ୍ରମଣ କରିବାକୁ ସାହାସ କରି ନଥିଲା। କିଛିସମୟ ଉକ୍ତ ସ୍ଥାନରେ ବୁଲିବା ପରେ ପୁଣି ଜଙ୍ଗଲକୁ ଚାଲି ଯାଇଥିଲା।

ଏହି ଭୟାବହ ଘଟଣାର ଭିଡିଓ ସେହି ସମୟରେ ଜଣେ ଶ୍ରମିକ ତାଙ୍କ ଫୋନରେ କୈଦ କରି ନେଇଥିଲେ। ଏହି ଘଟଣା ପରେ ସେହି ରାସ୍ତା ଦେଇ ଯାଉଥିବା ଲୋକଙ୍କ ମଧ୍ୟରେ କୋକୁଆଭୟ ଖେଳି ଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe