କୁକୁଡା ଖାଇବାକୁ ଆସି ଫସିଗଲା ଚିତାବାଘ, ଯନ୍ତାରେ ପଡ଼ିଲା

Advertisment
କୁକୁଡା ଖାଇବାକୁ ଆସି ଫସିଗଲା ଚିତାବାଘ, ଯନ୍ତାରେ ପଡ଼ିଲା

କାଙ୍କେର: ଛତିଶଗଡ଼ କାଙ୍କେର ଜିଲ୍ଲାରେ କୁକୁଡା ଖାଇବାକୁ ଆସି ଚିତାବାଘ ଫସି ଯାଇଛି। ଯନ୍ତାରେ ଫିସିଥିବା ବାଘଟି ପ୍ରତିଦିନ ଠେଲକା ବୋର୍ଡ କଡ଼କନଥା କୁକୁଡା ଫାର୍ମକୁ ଆସି କୁକୁଡା ଖାଇବା ସହିତ ଅନ୍ୟ କେତେ କୁକୁଡାକୁ କ୍ଷତବିକ୍ଷତ କରି ଚାଲି ଯାଉଥିଲା। କ୍ଷତବିକ୍ଷତ କୁକୁଡାମାନଙ୍କ ମଧ୍ୟରୁ କେତେ ଜୀବିତ ରହୁଥିଲା ବେଳେ ଆଉ କେତେ ମରି ଯାଉଥିଲେ।

ଫାର୍ମରୁ ବାଘ କୁକୁଡା ଖାଇ ଦେଉଥିବା ଜାଣିବା ପରେ ଫାର୍ମ ମାଲିକ ଏ ନେଇ ବନବିଭାଗକୁ ଖବର ଦେଇଥିଲେ। ତେବେ ଏହି ସ୍ଥାନଟି ଅତି ନିଛାଟିଆ ହୋଇଥିବାରୁ ପ୍ରତିଦିନ ଚିତାବାଘ ସମେତ ଅନେକ ଜୀବଜନ୍ତୁ ଖାଦ୍ୟ ଅନ୍ବେଷଣରେ ଏଠାକୁ ଆସି ଥାଆନ୍ତି। ଖାଦ୍ୟ ଅନ୍ବେଷଣରେ ଆସି ଚିତାବାଘ ପ୍ରତିଦିନ ଏହି ଫାର୍ମରୁ କୁକୁଡା ଖାଇ ଦେଉଥିଲା। ଏହାପରେ କୁକୁଡା ଖାଇ ଦେଉଥିବା ବାଘକୁ କାବୁ କରିବା ପାଇଁ ବନବିଭାଗ ଅଭିନବ ଉପାୟରେ ନଭେମ୍ବର ୪ ତାରିଖରୁ ଏକ ଯନ୍ତା ବସାଇ ଥିଲେ। ୧୫ଦିନ ହେବ ଏହି ବାଘକୁ ଧରିବା ପାଇଁ ବନବିଭାଗ ଉଦ୍ୟମ ଜାରି ରଖିଥିଲେ। ଆଜି ଏହି ଉଦମ୍ୟ ସଫଳ ହୋଇଛି।

publive-image

କୁକୁଡା ଖାଇବାକୁ ଆସି ଚିତାବାଘ ଯନ୍ତାରେ ଫସିବା ଖବର ପ୍ରଘଟ ହେବା ପରେ ଏହି ଦୃଶ୍ୟ ଦେଖିବା ପାଇଁ ଘଟଣାସ୍ଥଳରେ ଲୋକଙ୍କ ପ୍ରବଳ ଭିଡ ଜମି ରହିଥିଲା। ସୂଚନାଯୋଗ୍ୟ, ଦେଢ଼ମାସ ତଳେ ଏହି କୁକୁଡା ଫାର୍ମ ନିକଟରୁ ବନବିଭାଗ ଆଉ ଏକ ବାଘକୁ କାବୁ କରିଥିଲା। ଏଯାବତ ଏହି ଚିତାବାଘକୁ ମିଶାଇ ତିନିଟି ଚିତାବାଘ ଏହି ସ୍ଥାନରୁ ଧରା ପଡ଼ିଥିବା ଖବର ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe