Tierpark Berlin
ନୂଆଦିଲ୍ଲୀ : ‘ବାଘଙ୍କ ରାଜ୍ୟ’ ଭାବେ ଜଣାଶୁଣା ମଧ୍ୟପ୍ରଦେଶରେ ହୋଇଛି ସର୍ବାଧିକ ବାଘ ମୃତ୍ୟୁ। ଜୁଲାଇ ୧୫ ସୁଦ୍ଧା ୨୦୨୨ରେ ଦେଶରେ ମୋଟ ୭୪ଟି ବାଘଙ୍କ ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ କେବଳ ମଧ୍ୟପ୍ରଦେଶରେ ସର୍ବାଧିକ ୨୭ଟି ମୃତ୍ୟୁ ହୋଇଥିବା ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନ୍ଟିସିଏ)ର ୱେବ୍ସାଇଟ୍ରୁ ଜଣାପଡ଼ିଛି।
ଏହି ସମୟ ମଧ୍ୟରେ ବାଘମୃତ୍ୟୁରେ ଦ୍ବିତୀୟ ସ୍ଥାନରେ ରହିଛି ମହାରାଷ୍ଟ୍ର, ଯେଉଁଠି ୧୫ଟି ବାଘଙ୍କ ମୃତ୍ୟୁ ହୋଇଛି। ତା’ ପଛକୁ କର୍ଣ୍ଣାଟକରେ ୧୧, ଆସାମରେ ୫, କେରଳ ଓ ରାଜସ୍ଥାନ ପ୍ରତ୍ୟେକରେ ୪, ଉତ୍ତରପ୍ରଦେଶରେ ୩, ଆନ୍ଧ୍ରପ୍ରଦେଶରେ ୨, ବିହାର, ଓଡ଼ିଶା ଓ ଛତିଶଗଡ଼ ପ୍ରତ୍ୟେକରେ ଗୋଟିଏ ଲେଖାଏ ବାଘଙ୍କ ମୃତ୍ୟୁ ହୋଇଛି।
Smithsonian Magazineଏନ୍ଟିସିଏ ଅଧିକାରୀଙ୍କ କହିବା ଅନୁଯାୟୀ କ୍ଷେତ୍ରାଧିକାରକୁ ନେଇ ବାଘଙ୍କ ଭିତରେ ପାରସ୍ପରିକ ଲଢ଼େଇ, ବାର୍ଦ୍ଧକ୍ୟ, ଅସୁସ୍ଥତା, ଶିକାର ଓ ବିଦ୍ୟୁତ୍ ଆଘାତ (ଇଲେକ୍ଟ୍ରୋକ୍ୟୁସନ) ହେଉଛି ବାଘମୃତ୍ୟୁର ପ୍ରମୁଖ କାରଣ। ୨୦୧୮ ବାଘ ଗଣନା ପରେ ମଧ୍ୟପ୍ରଦେଶ ‘ବାଘଙ୍କ ରାଜ୍ୟ’ର ମାନ୍ୟତା ପାଇଥିଲା। ଏହି ରାଜ୍ୟରେ ସର୍ବାଧିକ ୫୨୬ଟି ବାଘ ଥିଲେ। ରାଜ୍ୟରେ ୬ଟି ବ୍ୟାଘ୍ର ଅଭୟାରଣ୍ୟ ରହିଛି, ଯଥା- କାହ୍ନା, ବାନ୍ଧବଗଡ଼, ପେଞ୍ଚ, ସାତପୁରା, ପନ୍ନା ଓ ସଞ୍ଜୟ ଧୁବ୍ରି। ଚଳିତବର୍ଷ ଏହି ରାଜ୍ୟରେ ମରିଥିବା ୨୭ଟି ବାଘଙ୍କ ମଧ୍ୟରୁ ୯ଟି ହେଉଛନ୍ତି ଅଣ୍ଡିରା ଓ ୮ଟି ମାଈ। ସମ୍ପ୍ରତି ଦେଶରେ ବାଘମୃତ୍ୟୁ ବୃଦ୍ଧିକୁ ନେଇ ପରିବେଶବିତ୍ମାନଙ୍କ ମଧ୍ୟରେ ଉଦ୍ବେଗ ପ୍ରକାଶ ପାଇଛି। ତେବେ ଏନ୍ଟିସିଏ ଅଧିକାରୀଙ୍କ କହିବା ଅନୁସାରେ ୨୭ଟି ମୃତ୍ୟୁ ହୋଇଥିଲେ ମଧ୍ୟ ରାଜ୍ୟରେ ଚଳିତବର୍ଷ ପ୍ରାୟ ୧୨୦ଟି ବାଘଛୁଆ ଜନ୍ମ ହୋଇଛନ୍ତି, ଯଦିଚ ଠିକ୍ ସଂଖ୍ୟାକୁ ସୁନିଶ୍ଚିତ କରିବା ସମ୍ଭବ ହୋଇ ନାହିଁ।
Follow Us