କାର୍ଗିଲ ଯୁଦ୍ଧକୁ ୨୦ ବର୍ଷ, ଟାଇଗର ହିଲ୍ ଦଖଲ ପ୍ରଦର୍ଶନ କଲା ବାୟୁସେନା

Advertisment
ଆଜି କାର୍‌ଗିଲ୍ ବିଜୟ ଦିବସ: ପାକିସ୍ତାନୀ ବିଶ୍ବାସଘାତକତାର କଡା ଜବାବ ଦେଇଥିଲା ଭାରତ

Zee News

ଗ୍ବାଲିୟର: କାର୍ଗିଲ ଯୁଦ୍ଧର ୨୦ ବର୍ଷ ପାଳନର ସ୍ମୃତି ଉପଲକ୍ଷେ ଭାରତୀୟ ବାୟୁସେନା ଆଜି ଏହାର ଗ୍ବାଲିୟର ବାୟୁସେନା ଘାଟିକୁ ଏକ ଯୁଦ୍ଧ ଥିଏଟରରେ ପରିଣତ କରିଛି। ୧୯୯୯ କାର୍ଗିଲ ଯୁଦ୍ଧରେ କରାଯାଇଥିବା କେତେକ ସଫଳତାକୁ ପ୍ରଦର୍ଶନ କରାଯାଇଥିଲା। ଜମ୍ମୁ କଶ୍ମୀରର ଡ୍ରାସ-କାର୍ଗିଲ ସେକ୍ଟରରେ ଥିବା ଟାଇଗର ହିଲ୍‌କୁ ସେନା ନିଜ ଅକ୍ତିଆରକୁ ସେତେବେଳେ ଆଣିଥିଲା। ଏହାର ପ୍ରତୀକାତ୍ମକ ଉତ୍ସବ ପାଳନ ହୋଇଥିଲା। ବାୟୁସେନା ଘାଟିରେ ଟାଇଗର ହିଲ୍‌ର ପ୍ରତୀକ ନିର୍ମାଣ କରାଯାଇଥିଲା। ଏହି ଉତ୍ସବରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ସାଲ ବି ଏସ ଧନୋଆ ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ। କାର୍ଗିଲ ଯୁଦ୍ଧରେ ବିଜୟ ପରିପ୍ରେକ୍ଷୀରେ ଟାଇଗର ହିଲ୍‌କୁ ନିଜ ଦଖଲକୁ ଆଣିବା ଭାରତୀୟ ସେନା ପାଇଁ ଏକ ସଫଳତା ବିବେଚନା କରାଯାଏ। ଏଠାରେ ୫ଟି ମିରେଜ୍ ୨୦୦୦, ଦୁଇଟି ମିଗ୍-୨୧ ଏବଂ ଗୋଟିଏ ସୁଖୋଇ ଏମକେଇ ଯୁଦ୍ଧବିମାନର ପ୍ରଦର୍ଶନ ମଧ୍ୟ କରାଯାଇଥିଲା। ଗତ ଫେବ୍ରୁଆରିରେ ବାଲା‌କୋଟ ଆକ୍ରମଣ ଘଟଣାରେ ବ୍ୟବହୃତ ସ୍ପାଇସ୍ ବୋମାର ପ୍ରଦର୍ଶନ ମଧ୍ୟ ଗୋଟିଏ ମିରେଜ ୨୦୦୦ ବିମାନରେ କରାଯାଇଥିଲା। ୧୯୯୯ରେ ଅପରେସନ ବିଜୟରେ ଭାଗ ନେଇ ବୀରତା ପୁରସ୍କାର ପାଇଥିବା ଅନେକ ଅବସରପ୍ରାପ୍ତ ଏବଂ ବର୍ତ୍ତମାନର ଅଧିକାରୀମାନେ ଏହି ଉତ୍ସବରେ ଯୋଗ ଦେଇଥିଲେ। କାର୍ଗିଲ ଯୁଦ୍ଧର ‌୨୦ ବର୍ଷ ଉପଲକ୍ଷେ ସେନା ପକ୍ଷରୁ ଆସନ୍ତାମାସରେ ଦିଲ୍ଲୀ ଏବଂ ଜମ୍ମୁ କଶ୍ମୀରର ଡ୍ରାସଠାରେ ଅନେକ କାର୍ଯ୍ୟକ୍ରମର ଯୋଜନା କରାଯାଇଛି। ଚଳିତବର୍ଷର କାର୍ଗିଲ ବିଜୟ ଦିବସ ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ୩ ଦିନ ପାଇଁ ପାଳନ ହେବ। ଜୁଲାଇ ୧୪ରେ ଦିଲ୍ଲୀରେ ଜାତୀୟ ଯୁଦ୍ଧ ସ୍ମାରକସ୍ଥଳରେ ବିଜୟ ଶିଖାର ପ୍ରଜ୍ଜ୍ବଳନ ସହିତ ତାହାକୁ ଦେଶର ୧୧ଟି ସହରକୁ ନିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe