ଭୋପାଳ: ବୁଧବାର ଦିନ ମଧ୍ୟପ୍ରଦେଶ ଅନ୍ତର୍ଗତ ପେଞ୍ଚ୍ ବ୍ୟାଘ୍ର ସଂରକ୍ଷଣର କେନ୍ଦ୍ରସ୍ଥଳରେ ଜଣେ ୧୮ ବର୍ଷୀୟ ଝିଅକୁ ଗୋଟାଏ ବାଘ ମାରିପକାଇଛି। ଗୋଟିଏ ସପ୍ତାହ ମଧ୍ୟରେ ବାଘ ଆକ୍ରମଣରେ ଏହା ହେଉଛି ସମାନ ଧରଣର ତୃତୀୟ ମୃତ୍ୟୁ।
ଅନ୍ୟମାନଙ୍କ ଭଳି ଏ ବାଳିକାଜଣକ ନଇଁ ନଇଁ ମହୁଲଫୁଲ ସାଉଁଟୁ ଥିବା ବେଳେ ବାଘଟି ଲମ୍ଫ ମାରିଥିଲା। ଅନ୍ୟ ଦୁଇଜଣଙ୍କୁ ଖାଇଯିବା ପରି ଏ ଝିଅଟିକୁ କିନ୍ତୁ, ବାଘ ଖାଇ ପାରି ନ ଥିଲା। ମୃତା ବାଳିକାଙ୍କ ନାମ ସନ୍ତୋଷୀ ବାଲଚାନ୍ଦ ବୋଲି ଚିହ୍ନଟ କରାଯାଇଛି। ସନ୍ତୋଷୀ ପେଞ୍ଚ୍ର ଥୁଏପାଣି ଅଞ୍ଚଳରେ ମହୁଲଫୁଲ ସାଉଁଟୁ ଥିବାବେଳେ ବାଘ ତା’ର ତଣ୍ଟି କଣା କରି ଘଟଣାସ୍ଥଳରେ ତାକୁ ମାରି ପକାଇଥିଲା।
Image Source: Uday Indiaବନକର୍ମଚାରୀମାନେ କହୁଛନ୍ତି ଯେ ବାଘ ବୋଧହୁଏ ନଇଁପଡ଼ି ମହୁଲ ସାଉଁଟୁଥିବା ବ୍ୟକ୍ତିଙ୍କୁ ଚାରିଗୋଡ଼ିଆ ଶିକାର ବୋଲି ଭାବୁଛି!
ବିଗତ ବୁଧବାର ଦିନ ଅନ୍ୟ ଜଣେ ଝିଅକୁ ମାରିପକାଇଥିବା ଗୋଟାଏ ବାଘୁଣୀକୁ ଦିନକ ତଳେ ପେଞ୍ଚ୍ ସଂରକ୍ଷଣ କର୍ମଚାରୀମାନେ ନିଶ୍ଚେତକ ମାରି କାବୁ କରିଥିଲେ। ଦୁଇ ଦିନ ତଳେ ବାନ୍ଧବଗଡ଼ ବ୍ୟାଘ୍ର ସଂରକ୍ଷଣ କ୍ଷେତ୍ରର ଖିଟୋଲି ଠାରେ ଜଣେ ମହିଳାଙ୍କୁ ଗୋଟାଏ ବାଘୁଣୀ ମାରି ପକାଇଥିଲା।
Image Source: Sputnik Newsକିନ୍ତୁ, ଗ୍ରାମବାସୀମାନେ ଉତ୍କ୍ଷିପ୍ତ ହୋଇ ଜଣେ ରେଞ୍ଜର୍ଙ୍କର ଗାଡ଼ି ପୋଡ଼ି ପକାଇଛନ୍ତି। ଏଥିପାଇଁ ପୁଲିସ ଆଠଜଣ ଗ୍ରାମବାସୀଙ୍କୁ ବୁକ୍ କରିଛି। ସେମାନେ ଅଭିଯୋଗ କରିଛନ୍ତି କି, ଗତ ସପ୍ତାହରେ ସେ ଅଞ୍ଚଳରେ ଜଣେ ପିଲାକୁ ବାଘ ଆକ୍ରମଣ କରିଥିବା କଥା ବନବିଭାଗକୁ କୁହାଯାଇଥିଲେ ସୁଦ୍ଧା ସେମାନେ କୌଣସି ପ୍ରତିକାର କରୁ ନାହାନ୍ତି।
ବନ କର୍ମଚାରୀଙ୍କ କହିବା ଅନୁସାରେ, ମହୁଲଫୁଲ ନ ସାଉଁଟିବାକୁ ସେମାନେ ବରାବର ଗ୍ରାମବାସୀଙ୍କୁ ବୁଝାଉଛନ୍ତି।
Follow Us