Tiger population at risk of extinction: Hereditary disease has created a plague Photograph: (sambad.in)
ନୂଆଦିଲ୍ଲୀ: କୁକୁରମାନଙ୍କୁ ନେଇ ସମଗ୍ର ଭାରତୀୟ ସମାଜ ବର୍ତ୍ତମାନ ଦୁଇଟି ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ଗୋଟିଏ ଗୋଷ୍ଠୀ ସେମାନଙ୍କୁ ଆଶ୍ରୟ ଦେବା ସପକ୍ଷରେ, ଅନ୍ୟ ଗୋଷ୍ଠୀ ଚାହୁଁଛନ୍ତି ଯେ, ସେମାନଙ୍କୁ ମଣିଷ ଜନସଂଖ୍ୟାରୁ ଦୂରରେ ରଖାଯାଉ। ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। କିନ୍ତୁ କୁକୁରମାନଙ୍କ ପାଇଁ ଚିନ୍ତା ମଧ୍ୟରେ ବାଘ ଏବଂ ଚିତାବାଘଙ୍କ ହ୍ରାସ ପାଉଥିବା ସଂଖ୍ୟା ନେଇ ଏକ ନୂତନ ସଙ୍କଟ ସୃଷ୍ଟି ହୋଇଛି।
ଏହି ସଙ୍କଟ କେବଳ ପ୍ରୋଜେକ୍ଟ ଟାଇଗରକୁ ବିଫଳ କରିବ ନାହିଁ ବରଂ ଆଗାମୀ ପିଢ଼ିଙ୍କ ସମ୍ମୁଖରେ ବାଘ ଏବଂ ଚିତାବାଘର ଏପରି ଏକ ଦୁନିଆ ଉପସ୍ଥାପନ କରିବ, ଯାହା ଜାଣି ମଣିଷ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବ। ବାଘ ଏବଂ ଚିତାବାଘରଙ୍କ ଆତଙ୍କ ଉତ୍ତର ପ୍ରଦେଶ, ରାଜସ୍ଥାନ, ବିହାର, ମହାରାଷ୍ଟ୍ର, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶରେ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି।
ସହରାଞ୍ଚଳରେ ବାଘ ଏବଂ ଚିତାବାଘ ପ୍ରବେଶ କରୁଥିବାରୁ ସାଧାରଣ ଜୀବନ କଷ୍ଟକର ହୋଇପଡୁଛି। ମଧ୍ୟପ୍ରଦେଶ ପରେ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ମଧ୍ୟ ବ୍ୟାଘ୍ର ରାଜ୍ୟ ମାନ୍ୟତା ହାସଲ କରିବା ଆଡ଼କୁ ଅଗ୍ରସର ହେଉଛନ୍ତି । ଏହା ସହିତ, ଏହି ରାଜ୍ୟଗୁଡ଼ିକରେ ବାଘ ଏବଂ ଚିତାବାଘ ଜଙ୍ଗଲ ଛାଡି ଜନବସତି ମୁହାଁ ହେବା ଆରମ୍ଭ କରିଛନ୍ତି। ଚିନ୍ତାଜନକ ଦିଗ ହେଉଛି ଯେ, ଏବେ ବାଘ ଫାଶ ବ୍ୟବସ୍ଥାରୁ କିଭଳି ମୁକୁଳି ହେବ ତାହା ମଧ୍ୟ ଶିଖି ଯାଇଛନ୍ତି। ସେମାନଙ୍କୁ ଫାଶରେ ପକାଇବା ପାଇଁ ବସାଯାଇଥିବା ପିଞ୍ଜରାରେ ଅନେକ ଦିନ ପର୍ଯ୍ୟନ୍ତ ଶିକାର ପଡ଼ି ରହୁଛି। ଚାଲାକ ହୋଇ ଯାଇଥିବା ବାଘ ଅନ୍ୟ ସ୍ଥାନରେ ଶିକାର କରୁଛି। ସୁଯୋଗ ପାଇଲେ ଶିକାର ସହିତ ଜଙ୍ଗଲକୁ ପଳାଇ ଯାଉଛି।
ବର୍ତ୍ତମାନ ଦେଶରେ ପ୍ରାୟ ୪,୦୦୦ ବାଘ ଏବଂ ଚିତାବାଘ ଅଛନ୍ତି। ମଧ୍ୟପ୍ରଦେଶରେ ସର୍ବାଧିକ ୭୮୫ ୧ବାଘ ଅଛନ୍ତି। ଏହା ପରେ ଉତ୍ତର ପ୍ରଦେଶ ଏବଂ ରାଜସ୍ଥାନ ସର୍ବାଧିକ ବାଘ ରହିଛନ୍ତି। ଏହି ତିନୋଟି ରାଜ୍ୟରେ ବାଘ ଏବଂ ଚିତାବାଘଙ୍କ ସଂଖ୍ୟା ଯେପରି ବୃଦ୍ଧି ପାଉଛି, ଏହି ପ୍ରଜାତିଗୁଡ଼ିକର ଜିନ୍ ପୁଲ୍ ଏବେ ବିପଦରେ ପଡ଼ିଛି। ଜିନ୍ ପୁଲ୍ ସଙ୍କଟ ଅର୍ଥ ହେଉଛି ଏକ ପ୍ରଜାତିରେ ଜେନେଟିକ୍ ବିବିଧତା ହ୍ରାସ। ବାଘ ଏବଂ ଚିତାବାଘ ଉଭୟଙ୍କଠାରେ ଏହି ସମସ୍ୟା ଗମ୍ଭୀରତାର ସହିତ ଦେଖାଯାଉଛି। ସେମାନେ ଛୋଟ ଛୋଟ ପୃଥକ ଗୋଷ୍ଠୀରେ ବିଭକ୍ତ। ଯାହା ଯୋଗୁ ସେମାନେ ନିଜ ନିଜ ମଧ୍ୟରେ ପ୍ରଜନନ ଅନ୍ତଃପ୍ରଜନନ ପ୍ରକ୍ରିୟାର ବାରମ୍ବାର ପୁନରାବୃତ୍ତି କରୁଛନ୍ତି। ଯାହା ଫଳରେ ସେମାନଙ୍କଠାରୁ ଜନ୍ମିତ ଶାବକମାନେ ଦୁର୍ବଳ ଜିନ୍ ଧାରଣ କରିବା ସହିତ ଜନ୍ମରୁ ଅନେକ ପ୍ରକାରର ରୋଗ ଏବଂ ଦୁର୍ବଳ ପ୍ରତିରୋଧକ ଶକ୍ତିରେ ମଧ୍ୟ ପୀଡିତ ହେଉଛନ୍ତି। ଫଳରେ ବାଘଙ୍କ ମଧ୍ୟରେ ଆନୁବଂଶିକ ରୋଗ ବଢ଼ିବାରେ ଲାଗିଛି।
ଏହାକୁ ଦୂର କରିବାର ଏକମାତ୍ର ଉପାୟ ହେଉଛି ବ୍ୟାଘ୍ର ପ୍ରକଳ୍ପ ଅଧୀନରେ ଥିବା ବିଚ୍ଛିନ୍ନ ବ୍ୟାଘ୍ର ସଂରକ୍ଷଣକୁ ଏକ ସୁରକ୍ଷିତ କରିଡର ମାଧ୍ୟମରେ ପରସ୍ପର ସହିତ ସଂଯୋଗ କରାଯିବା ଏବଂ ବାଘ ତଥା ଚିତାବାଘର ଏହି ଜନସଂଖ୍ୟାକୁ ଆଗକୁ ବଢ଼ାଇବା। ଯଦି ବାଘ ଏବଂ ଚିତାବାଘଙ୍କୁ ଦୀର୍ଘ ସମୟ ଧରି ଅଣଦେଖା କରାଯାଏ, ତେବେ ସେମାନେ ଜନ ବସତି ମୁହାଁ ହେବେ ଏବଂ ସେମାନଙ୍କର ସ୍ୱାଭାବିକତା ମଧ୍ୟ ହଜିଯିବ। ସେମାନଙ୍କର ସ୍ୱାଭାବିକତା ଗୁଣ ମଧ୍ୟରେ ପଶୁ ଶିକାର କରିବା, ଜଙ୍ଗଲରେ ପରିବାର ସହିତ ବାସ କରିବା ଏବଂ ସେମାନଙ୍କର ଶାରୀରିକ ସୌନ୍ଦର୍ଯ୍ୟ ବଜାୟ ରଖିବା ସହିତ ପ୍ରକୃତିର ସନ୍ତୁଳନକୁ ରକ୍ଷା କରିବା ଆଦି ଅନ୍ତର୍ଭୁକ୍ତ।
ଦେଶରେ ଜଙ୍ଗଲ ହ୍ରାସ ପାଇବା ଯୋଗୁ ଅନେକ ସମସ୍ୟା ଉପୁଜିଛି। ଚଳିତ ଶତାବ୍ଦୀରେ ଭାରତରେ ପ୍ରାୟ ୨୫ ରୁ ୨୮ହଜାର ବର୍ଗ କିଲୋମିଟର ଜଙ୍ଗଲ ଜମି ହରାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଫଳରେ ଜଙ୍ଗଲର ଅଭାବ ବନ୍ୟ ପ୍ରାଣୀଙ୍କ କମ୍ ହେବାର ଏକ ପ୍ରାକୃତିକ କାରଣ। ସେସବୁ ପ୍ରାଣୀଙ୍କ ମଧ୍ୟରେ ନୀଳଗାଈ, ହରିଣ, ବନ୍ୟ ଘୁଷୁରୀ, ମେଣ୍ଢା ଆଦି ରହିଛନ୍ତି। ଏସବୁ ପ୍ରାଣୀ ବାଘ ଏବଂ ଚିତାବାଘଙ୍କ ଖାଦ୍ୟ ପାଲଟିଥାନ୍ତି। ବର୍ତ୍ତମାନ ଜଙ୍ଗଲ ନଥିବାରୁ ସବୁଜ ଘାସ କିମ୍ବା ଚରାଭୂମି ଅଭାବରୁ ବନ୍ୟପ୍ରାଣୀ ପ୍ରଜନନ ହ୍ରାସ ପାଉଛି।
ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଉଛି। ଏକ ଦଶନ୍ଧି ମଧ୍ୟରେ ଭାରତର ବାଘ ସଂଖ୍ୟା ଦ୍ୱିଗୁଣିତ ହେବା ସହିତ ୨୦୨୨ ସୁଦ୍ଧା ୩,୬୦୦ ରୁ ଅଧିକ ରହିଛି। ଯାହା ବିଶ୍ୱର ୭୫% ବାଘଙ୍କୁ ପ୍ରତିନିଧିତ୍ୱ କରୁଛି। ଏହା ୨୦୧୦ ମସିହାରେ ଆନୁମାନିକ ୧,୭୦୬ ବାଘ ତୁଳନାରେ ବୃଦ୍ଧି ପାଉଛି। ଭାରତରେ ବାଘଙ୍କ ସଂଖ୍ୟାରେ ବାର୍ଷିକ ୬% ବୃଦ୍ଧି ପରିଲକ୍ଷିତ ହେଉଛି।
ବ୍ୟାଘ ସଂଖ୍ୟା :
୨୦୦୬: ୧,୪୧୧ ବାଘ (ସର୍ବନିମ୍ନ ରେକର୍ଡ ହୋଇଥିଲା)
୨୦୧୦: ୧,୭୦୬ ବାଘ
୨୦୧୪: ୨,୨୨୬ ବାଘ
୨୦୧୮: ୨,୯୬୭ ବାଘ
୨୦୨୨: ୩,୬୮୨ ବାଘ (ପରିସର ୩୧୬୭-୩୯୨୫)
ବାଘଙ୍କ ସଂଖ୍ୟା ବୃଦ୍ଧି ପାଇଁ ପ୍ରୋଜେକ୍ଟ ଟାଇଗର ଭଳି ପଦକ୍ଷେପ ସଫଳତାର ସହିତ ଶିକାର ଏବଂ ବାସସ୍ଥାନ କ୍ଷତି ହ୍ରାସ କରିଛି। ଏହି ପ୍ରୟାସ ଦ୍ୱାରା ବାଘଙ୍କ ଗୁରୁତ୍ୱପୂର୍ଣ୍ଣ ବାସସ୍ଥାନ ସୁରକ୍ଷିତ ହୋଇଛି, ଯାହା ଫଳରେ ସଂଖ୍ୟା ବୃଦ୍ଧି ସମ୍ଭବ ହୋଇଛି।
ତେବେ ବାଘ ଏବଂ ଚିତାବାଘଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅନୁବଂଶିକ ରୋଗ ଏହି ପ୍ରଜାତିର ପାଇଁ ସଙ୍କଟ ପାଲଟିଛି। ଏହା ଦ୍ବାରା ଅଗାରମୀ ଦିନରେ ବାଘ ଭାରତରୁ ଲୋକ ପାଇବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଭିନ୍ନ ଭିନ୍ନ ପ୍ରୋଜେକ୍ଟ ଟାଇଗରକୁ ସଂଯୋଗ କରାଗଲେ ବିଭିନ୍ନ ବାଘ ଗୋଷ୍ଠୀଙ୍କ ମଧ୍ୟରେ ପ୍ରଜନନ ସମ୍ଭବ ହେବା ସହିତ ଆନୁବଂଶିକ ରୋଗ ସଙ୍କଟ ଦୂର ହୋଇ ପାରିବାର ଆଶା ରହିଛି।
Tiger | genetic disease
Follow Us