ମୁମ୍ବାଇ: ‘ସ୍ଟୁଡେଣ୍ଟ୍ ଅଫ୍ ଦି ଇୟର ୨’ର ସଫଳତା ପରେ ଟାଇଗର୍ ସ୍ରୋଫ୍ଙ୍କ ଲୋକପ୍ରିୟତା ବଢିଯାଇଛି। ବଲିଉଡ୍ ତାରକା ଜାକି ସ୍ରୋଫ୍ଙ୍କ ପୁଅ ଭାବେ ସେ ଫିଲ୍ମ ଜଗତରେ ପାଦ ଦେଇଥିଲେ ମଧ୍ୟ ତାଙ୍କର ସଫଳତାରେ ସେ ଖୁସି ଅଛନ୍ତି। ତାଙ୍କୁ ଏବେ କେବେଳ ବଲିଉଡ୍ ନୁହଁ ବରଂ ହଲିଉଡ୍ ଫିଲ୍ମ ପାଇଁ ମଧ୍ୟ ଅଫର୍ ମିଳିଛି। ମହେଶ ଭଟ୍ଟ ତାଙ୍କୁ ଆଗାମୀ ଫିଲ୍ମରେ ଅଲିଆଙ୍କ ସହ ଅଭିନେତା ରୂପେ ନେଉଥିବା ଜଣାପଡିଛି। ତେବେ ସେ ସିଦ୍ଧାର୍ଥ ଆନନ୍ଦଙ୍କ ଏକ ଫିଲ୍ମରେ ହ୍ରିତିକ୍ ରୋଶନ୍ଙ୍କ ସହ ଅଭିନୟ କରିବାକୁ ନେଇ ବେଶ ଚର୍ଚ୍ଚାରେ ଅଛନ୍ତି। ଗୋଟିଏ ସାକ୍ଷାତକାର ବେଳେ ଟାଇଗର୍ ନିଜକୁ ‘ଗରିବଙ୍କ ହ୍ରିତିକ୍ ରୋଶନ୍‘ ବୋଲି କହିଛନ୍ତି।
ଟାଇଗର୍ ସ୍ରୋଫ୍: ଗରିବଙ୍କ ‘ହ୍ରିତିକ୍ ରୋଶନ୍’
Advertisment
Follow Us