ପୁନେ: ପୁନେର କେଶବନଗର ଅଞ୍ଚଳରେ ଏକ ନିର୍ମାଣଧୀନ କୋଠା ଭିତରେ ଏକ ବାଘ ଅଢ଼େଇ ଘଣ୍ଟା ଧରି ତାଣ୍ଡବ ରଚିଥିଲା। ବାଘ ଆକ୍ରମଣରେ ଜଣେ ୭ବର୍ଷର ଶିଶୁ ସମେତ ୬ ଜଣ ଗୁରୁତର ହୋଇଥିବା ଜଣାପଡ଼ିଛି। ଅଢ଼େଇ ଘଣ୍ଟା କସରତ ପରେ ବନ ବିଭାଗ ଶେଷରେ ବାଘକୁ ଧରିବାରେ ସଫଳ ହୋଇଥିଲେ। ବାଘଟି ପ୍ରଥମେ ୭ବର୍ଷର ଶିଶୁ ବାଘ ଆକ୍ରମଣର ଶିକାର ହୋଇଥିଲା। ଶିଶୁକୁ ବାଘ କବଳରୁ ମୁକୁଳାଇବା ପାଇଁ ଉଦ୍ୟମ କରୁଥିବା ବେଳେ ଅନ୍ୟ ୬ ଜଣ ମଧ୍ୟ ବାଘ ଆକ୍ରମଣରେ ଗୁରୁତର ଆହତ ହୋଇଥିଲେ।
୧୪ ମହଲା ବିଶିଷ୍ଟ କୋଠାରେ ବାଘ:ଅଢ଼େଇ ଘଣ୍ଟା ଧରି ଲୋକଙ୍କୁ ଆକ୍ରମଣ
Advertisment
Follow Us