ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବ ମହାବଳ ବାଘ

Advertisment
ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବ ମହାବଳ ବାଘ

ଭୁବନେଶ୍ୱର: ବାଘ ପ୍ରେମୀଙ୍କ ପାଇଁ ଖୁସି ଖବର। ପୂର୍ବରୁ ଓଡ଼ିଶାର ଚିଡ଼ିଆଖାନା ପାଇଁ ରାଜ୍ୟ ସରକାର ମଧ୍ୟପ୍ରଦେଶ ସରକାରଙ୍କୁ ଅନୁରୋଧ କରି ଯେଉଁ ଚିଠି ଲେଖିଥିଲେ ତାହା ଏବେ ପୂରା ହେବାକୁ ଯାଉଛି। ଆଗକୁ ଓଡ଼ିଶାକୁ ମଧ୍ୟପ୍ରଶେରୁ ମହାବଳ ବାଘ ଆସିବ ବୋଲି ଜାଣିବାକୁ ମିଳିଛି। ଅନ୍ୟ ରାଜ୍ୟରୁ ବାଘ ସବୁ ଆଣି ରାଜ୍ୟ ସରକାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ଛାଡ଼ିବାର ଯୋଜନା କରିଛନ୍ତି। ତେବେ, ରାଜ୍ୟ ସରକାରଙ୍କ ଯୋଜନାକୁ ସବୁଜ ସଂକେତ ମିଳିଛି। ମଧ୍ୟପ୍ରଦେଶ ସରକାର ଓଡ଼ିଶାକୁ ବାଘ ଦେବା ପାଇଁ ରାଜି ହୋଇ ଯାଇଛନ୍ତି ବୋଲି ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଏନେଇ ସୂଚନା ଦେଇଛନ୍ତି।

ଏକାଥରକେ ବହୁତଗୁଡ଼ାଏ ବାଘ ଅଣା ନଯାଇ ପ୍ରଥମେ ୨ଟି କିମ୍ବା ୩ଟି ବାଘ ଓଡ଼ିଶାକୁ ଅଣାଯିବ। ତେବେ ଏହି ମହାବଳ ବାଘ ସାତକୋଶିଆ ଅଭୟାରଣ୍ୟକୁ ଆସନ୍ତା ମାସରେ ଆସିପାରେ ବୋଲି ଜାଣିବାକୁ ମିଳିଛି। ରାଜ୍ୟରେ ବାଘ ସଂଖ୍ୟା କମ୍‌ ଥିବା ଦୃଷ୍ଟିରୁ ଜୈବ ସନ୍ତୁଳନ ବିଗିଡି ଯାଉଛି। ଫଳରେ ବ୍ୟାଘ୍ର ଅଭୟାରଣ୍ୟରେ ହରିଣ, ସମ୍ଭର ଭଳି ତୃଣଭୋଜୀ ପ୍ରାଣୀଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଉଛି।

ସୂଚନାଯୋଗ୍ୟ, ୨୦୧୬ ମସିହାରେ ରାଜ୍ୟ ସରକାରଙ୍କ ଦ୍ୱାରାକରାଯାଇଥିବା ବାଘ ଗଣନା ଅନୁଯାୟୀ ସାତକୋଶିଆରେ ମାତ୍ର ଗୋଟିଏ ମହାବଳ ବାଘ ଅଛି। ତେଣୁ ଏହି ପ୍ରକ୍ରିୟା ଦ୍ୱାରା ବାଘ ବଂଶ ବୃଦ୍ଧି ହେବା ସହ ଜଙ୍ଗଲକୁ ଶୀକାରୀଙ୍କ ଅନଧିକାର ପ୍ରବେଶ ଉପରେ ମଧ୍ୟ ରୋକ ଲାଗିପାରିବ ବୋଲି ସରକାର ଆଶା ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe