ତାପମାତ୍ରା ବଢ଼ିବାରୁ ଥାଇଲାଣ୍ଡ୍‌ ଚିଡ଼ିଆଖାନାରେ ବାଘଙ୍କୁ ଦିଆଯାଉଛି ‘ଚିକେନ୍‌ ଆଇସ୍‌ ପପ୍‌’

Advertisment
ତାପମାତ୍ରା ବଢ଼ିବାରୁ ଥାଇଲାଣ୍ଡ୍‌ ଚିଡ଼ିଆଖାନାରେ ବାଘଙ୍କୁ ଦିଆଯାଉଛି ‘ଚିକେନ୍‌ ଆଇସ୍‌ ପପ୍‌’

Image Courtesy of India Today

ବ୍ୟାଙ୍ଗ୍‌କକ୍‌: ଗୁରୁବାର ଦିନ ତାପମାତ୍ରା ବୃଦ୍ଧି ପାଇବାରୁ ଥାଇଲାଣ୍ଡ୍‌ର ଏକ ଚିଡ଼ିଆଖାନାରେ ବାଘମାନଙ୍କୁ ଥଣ୍ଡା ଚିକେନ୍‌ ‘ପପ୍‌ସିକଲ୍‌ସ୍‌’ (ଆଇସ୍‌କ୍ରିମ୍‌) ଖୁଆଯିବା ସହ ଗାଧୋଇବାକୁ ଥଣ୍ଡା ପାଣିଭରା ଜଳାଶୟରେ ଛଡ଼ାଯାଇଥିଲା।

ବ୍ୟାଙ୍ଗ୍‌କକ୍‌ର ଉତ୍ତର ପଟକୁ ୭୦୦ କିଲୋମିଟର୍‌ ଦୂରରେ ଥିବା ଚିଆଙ୍ଗ୍‌ ମାଇ ଅଞ୍ଚଳରେ ‘ଟାଇଗର୍‌ କିଙ୍ଗ୍‌ଡମ୍‌ ଜୁଉ’ ନାମକ ଏହି ଚିଡ଼ିଆଖାନାରେ ପ୍ରାୟ ୫୦ଟି ବାଘ ଅଛନ୍ତି ବୋଲି ସେମାନଙ୍କ ଦାୟିତ୍ୱରେ ଥିବା ପାଟ୍‌ଚାରା ଚାଣ୍ଟେଡ୍‌ କହିଛନ୍ତି।

publive-image Image Courtesy of Yahoo News

ସେ କହନ୍ତି, ଯଥା ସମ୍ଭବ କମ୍‌ ଚାଲବୁଲ କରିବା ସହ ଅଧିକାଂଶ ଦିନ ତଳେ ଶୋଇରହି ବାଘମାନେ ସେମାନଙ୍କର ଶକ୍ତି ସଞ୍ଚୟ କରି ରଖନ୍ତି। କିନ୍ତୁ, ମାତ୍ରାଧିକ ଗରମ ପଡ଼ିଲେ, ଅଂଶୁଘାତ ଏଡ଼ାଇବା ପାଇଁ ସେମାନେ କୁକୁର ଓ ବିରାଡ଼ିଙ୍କ ପରି ଧକାନ୍ତି (ଦ୍ରୁତ ବେଗରେ ନିଃଶ୍ୱାସ ନିଅନ୍ତି)।

ତେଣୁ, ତାଙ୍କ ଦେହ ଥଣ୍ଡା କରିବା ଲାଗି ଶୀତଳ ଜଳ ଭରା ଜଳାଶୟରେ ଖେଳଣା ପକାଯାଇ ସେମାନଙ୍କୁ ଜଳକ୍ରୀଡ଼ା କରିବାକୁ ଛଡ଼ାଯାଉଛି। ଦିନକୁ ଦୁଇ ଓଳି ସେମାନଙ୍କୁ କୁକୁଡ଼ା ମାଂସ ଭରା ବରଫ ଖଣ୍ଡ ଖୁଆଯାଉଛି।

ସୂଚନାଯୋଗ୍ୟ, ଫେବ୍ରୁଆରି ମାସ ଶେଷ ଆଡ଼କୁ ଥାଇଲାଣ୍ଡ୍‌ରେ ଗ୍ରୀଷ୍ମଋତୁ ଆରମ୍ଭ ହୁଏ ଏବଂ ତାପମାତ୍ରା ୩୫ଂ ପର୍ଯ୍ୟନ୍ତ ବଢ଼ିଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe