ତାଡ଼ୋବା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ମଧ୍ୟରୁ ବାଘୁଣୀ ସମେତ ୨ ବାଘ ଶାବକଙ୍କର ମୃତଦେହ ଉଦ୍ଧାର

Advertisment
ତାଡ଼ୋବା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ମଧ୍ୟରୁ ବାଘୁଣୀ ସମେତ ୨ ବାଘ ଶାବକଙ୍କର ମୃତଦେହ ଉଦ୍ଧାର

Hindustan Times

ନାଗପୁର/ ନୂଆଦିଲ୍ଲୀ: ମହାରାଷ୍ଟ୍ରର ତାଡ଼ୋବା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପ ମଧ୍ୟରୁ ଆଜି (ସୋମବାର) ସକାଳୁ ଗୋଟିଏ ବାଘୁଣୀ ସମେତ ଦୁଇଟି ବାଘ ଶାବକଙ୍କର ମୃତ ଦେହ ମିଳିବା ଘଟଣା ଜଙ୍ଗଲ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ତିନିଟି ବାଘଙ୍କ ମୁତ୍ୟୁକୁ ମିଶାଇଲେ ଗତ ଜାନୁଆରି ମାସ ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପରେ ୧୧ଟି ବାଘଙ୍କ ମୁତ୍ୟୁ ଘଟିବା ଘଟଣା.ଜଙ୍ଗଲ ବିଭାଗ ପାଇଁ ମୁଣ୍ଡବିନ୍ଧା ସୃଷ୍ଟି କରିଛି।

publive-image

ହସ୍ତଗତ ହୋଇଥିବା ଘଟଣାର ରିପୋର୍ଟରୁ ପ୍ରକାଶ, ନାଗପୁର ଠାରୁ ୧୫୦ କିଲୋମିଟର ଦୂରବର୍ତ୍ତୀ ଚନ୍ଦ୍ରପୁର ଜିଲ୍ଲା ଅଧୀନସ୍ଥ ତାଡ଼ୋବା ବ୍ୟାଘ୍ର ସଂରକ୍ଷିତ ପ୍ରକଳ୍ପର ମିଟିପାରା ଜଙ୍ଗଲ ନିକଟସ୍ଥ ଏକ ହ୍ରଦ କୂଳରେ ଆଜି ସକାଳୁ ଜଙ୍ଗଲ ବିଭାଗ କର୍ମଚାରୀମାନେ ଗୋଟିଏ ବାଘୁଣୀ ସମେତ ଦୁଇଟି ବାଘ ଶାବକଙ୍କର ମୃତ ଦେହକୁ ଠାବ କରିଥିଲେ। ମୃତ ବାଘ ଶାବକମାନଙ୍କର ବୟସ ୮ରୁ ୯ ମାସ ମଧ୍ୟରେ ହେଇଥିବା ବେଳେ ମୃତା ବାଘୁଣୀଟିର ବୟସ ୫ରୁ ୬ ବର୍ଷ ମଧ୍ୟରେ ଥିବା ଜାଣିବାକୁ ମିଳିଛି। ତେବେ, ବାଘୁଣୀ ଓ ବାଘ ଶାବକମାନଙ୍କର ମୁତ୍ୟୁର କାରଣ ଜଣାପଡ଼ି ନାହିଁ। ସେମାନଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ମିଳିବା ପରେ ହିଁ ବାଘୁଣୀ ଓ ବାଘ ଶାବକମାନଙ୍କର ମୁତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କହିଛନ୍ତି ମହାରାଷ୍ଟ୍ର ଜଙ୍ଗଲ ବିଭାଗର ଜନୈକ ପଦସ୍ଥ ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe