Image Courtesy of India Today
ନୂଆଦିଲ୍ଲୀ: ୨୯ଟି ଶାବକ ଜନ୍ମ କରିଥିବା ଗୋଟାଏ ବୁଢ଼ୀ ବାଘୁଣୀ ଶନିବାର ଦିନ ମଧ୍ୟପ୍ରଦେଶର ‘ପେଞ୍ଚ୍ ଟାଇଗର୍ ରିଜର୍ଭ’ରେ ମୃତ୍ୟୁବରଣ କରିଛି। ମୃତ୍ୟୁ ବେଳକୁ ୧୬ ବର୍ଷରୁ ଅଧିକ ବୟସ ହୋଇଥିବା ବନ ବିଭାଗ ଅଧିକାରୀମାନେ ଉକ୍ତ କିଂବଦନ୍ତି ବାଘୁଣୀର ନାଁ ‘ଟି୧୫’ ଦେଇଥିଲେ ମଧ୍ୟ ସେ ସ୍ଥାନୀୟ ଅଧିବାସୀମାନେ ଶ୍ରଦ୍ଧାରେ ତାକୁ ‘କଲାର୍ବାଲୀ’ ଓ ‘ମାତାରାମ୍’ କହୁଥିଲେ।
ବାଘୁଣୀର ମୃତ୍ୟୁ ପାଇଁ ଶୋକବ୍ୟକ୍ତ କରି ମଧ୍ୟପ୍ରଦେଶ ମନ୍ତ୍ରୀ ଡକ୍ଟର୍ ନରୋତ୍ତମ ମିଶ୍ରା ଟୁଇଟ୍ କରିଛନ୍ତି, ‘ସୁପର୍ ମମ୍’କୁ ଶେଷ ଅଭିବାଦନ। ୨୯ଟି ଶାବକଙ୍କୁ ଜନ୍ମ ଦେଇଥିବା ପେଞ୍ଚ୍ ଟାଇଗର୍ ରିଜର୍ଭର ‘କଲାର୍ବାଲୀ ବାଘୁଣୀ’ର ମୃତ୍ୟୁ ଖବର ଦୁଃଖଦାୟକ। ଏହି ‘ସୁପର୍ ମମ୍’ଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ମଧ୍ୟପ୍ରଦେଶକୁ ‘ବ୍ୟାଘ୍ର ରାଜ୍ୟ’ ବୋଲି ଗୌରବଶାଳୀ ପରିଚୟ ମିଳିଛି।
Image Courtesy of The Times of India‘ଏପିସିସିଏଫ୍’ ଏବଂ ପେଞ୍ଚ୍ର ପୂର୍ବତନ କ୍ଷେତ୍ର ନିର୍ଦେଶକ ଶୁଭ୍ରଞ୍ଜନ ସେନ କହିଛନ୍ତି, ବଣରେ ୧୭ ବର୍ଷ ବଞ୍ଚିବା ଗୋଟାଏ ବାଘ ପାଇଁ ବହୁତ ବଡ଼ କଥା। ପୂର୍ବରୁ କାହ୍ନାରେ ‘ଲିଙ୍କ୍-୭’ ଏବଂ ‘ଚୁହୁରି’ ଦୀର୍ଘ ବର୍ଷ ବଞ୍ଚିଥିଲେ।
‘କଲାର୍ବାଲୀ’ର ମୃତ୍ୟୁ ଖବର ଶନିବାର ଅପରାହ୍ଣରେ ପ୍ରଘଟ ହୋଇଥିଲେ ମଧ୍ୟ ପରେ ବନ ବିଭାଗ ତାହା ସୁନିଶ୍ଚିତ କରିଥିଲା। ଦୁଇ ଦିନ ଚିକିତ୍ସାଧୀନ ରହିବା ପରେ ଶନିବାର ସନ୍ଧ୍ୟା ୬.୧୫ରେ ତା’ର ମୃତ୍ୟୁ ଘଟିଥିବା କଥା ‘ପିସିସିଏଫ୍’ ଆଲୋକ କୁମାର କହିଛନ୍ତି।
Follow Us