ନିର୍ଭୟା ଦୋଷୀଙ୍କୁ ଶେଷଇଚ୍ଛା କଥା ପଚାରିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

ନିର୍ଭୟା ଦୋଷୀଙ୍କୁ ଶେଷଇଚ୍ଛା କଥା ପଚାରିଲେ ତିହାର ଜେଲ୍‌ କର୍ତ୍ତୃପକ୍ଷ

Image Source: Asianet Newsable

ନୂଆଦିଲ୍ଲୀ: ଗୁରୁବାର ଦିନ ତିହାର ଜେଲ୍‌ କର୍ତ୍ତୃପକ୍ଷ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଚାରି ଦୋଷୀଙ୍କୁ ସେମାନଙ୍କର ଶେଷଇଚ୍ଛା ସଂକ୍ରାନ୍ତରେ ପଚାରିଛନ୍ତି। ଫେବ୍ରୁଆରି ୧ ତାରିଖ ଦିନ ସେମାନଙ୍କୁ ଫାଶୀ ଦିଆଯିବ।

ପରିବାରବର୍ଗଙ୍କୁ ଭେଟିବା ଏବଂ ସମ୍ପତ୍ତିର ଇଚ୍ଛାପତ୍ର ଆଦି ସମ୍ପର୍କରେ ସେମାନଙ୍କୁ ପଚରା ଯାଇଥିଲେ ସୁଦ୍ଧା ସେମାନେ କୌଣସି ଉତ୍ତର ଦେଇ ନ ଥିବା କଥା ତିହାର ଜେଲ୍‌ସୂତ୍ରରୁ ଜଣାପଡ଼ିଛି।

ଏଥିରୁ ଜଣାପଡୁଛି ଯେ ଫାଶୀ ପାଇବାକୁ ଆହୁରି ଅନେକ ସମୟ ଲାଗିବ ବୋଲି ସେମାନେ ଆଶାବାଦୀ ଅଛନ୍ତି।

publive-image Image Source: The Times of India

ଜେଲ୍‌ରେ ଥିବା ମୃତ୍ୟୁଦଣ୍ଡାଦେଶ ପ୍ରାପ୍ତ କଏଦୀମାନଙ୍କୁ ଫାଶୀ ଦେବା ନିମନ୍ତେ ସାତ ଦିନ ସମୟ ଧାର୍ଯ୍ୟ କରାଯାଉ ବୋଲି କେନ୍ଦ୍ର ସରକାର ସୁପ୍ରିମ୍‌ କୋର୍ଟଙ୍କୁ ନିବେଦନ କରିଥିଲେ।

ଜାନୁଆରି ୨୨ ତାରିଖରେ ସେମାନଙ୍କୁ ଫାଶୀ ଦିଆଯିବା ଲାଗି ପ୍ରଥମେ ଦିନ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ, ସେମାନେ ଶେଷମୁହୂର୍ତ୍ତରେ ଦାଏର କରିଥିବା ଆବେଦନ ଯୋଗୁଁ ସେ ତାରିଖ ପରିବର୍ତ୍ତନ କରାଯାଇ ଫେବ୍ରୁଆରି ୧ ତାରିଖ ସକାଳ ୬ଟାରେ ଫାଶୀ ଦିଆଯିବ ବୋଲି ସ୍ଥିର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe