ଇସ୍ତଫା ଦେଲେ ଚାରି ମାସ ପୂର୍ବରୁ ଦାୟିତ୍ବ ନେଇଥିବା ଟିକ୍-ଟକ୍ ର ସିଇଓ କେଭିନ ମେୟର

Advertisment
ଇସ୍ତଫା ଦେଲେ ଚାରି ମାସ ପୂର୍ବରୁ ଦାୟିତ୍ବ ନେଇଥିବା ଟିକ୍-ଟକ୍ ର ସିଇଓ କେଭିନ ମେୟର

ndtv

ନୂଆଦିଲ୍ଲୀ: ଟିକ୍-ଟକ୍ କୁ ନେଇ ବିବାଦ ବଢ଼ୁଥିବା ବେଳେ ଟିକ୍-ଟକ୍ ର ସିଇଓ କେଭିନ ମେୟର ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି। ନ୍ୟୁଜ୍ ଏଜେନ୍ସି ଏଏଫପି ଏହି ଖବରକୁ ନିଶ୍ଚିତ କରିଛି। ଗତ କିଛି ସପ୍ତାହ ଧରି ଆମେରିକାରେ ଟିକ୍-ଟକ୍ ଉପରେ ନିଷେଧାଦେଶ ଜାରି ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, କମ୍ପାନି ଏହାର ଆମେରିକୀୟ ବ୍ୟବସାୟ ବିକ୍ରୟ କରିବ କିମ୍ବା ଆପ ଉପରେ ପ୍ରତିବନ୍ଧକ ଲଗାଯିବ।

ସୂଚନାଯୋଗ୍ୟ ଯେ, କେଭିନ ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକ୍-ଟକ୍ ର ସିଇଓ କରାଯାଇଥିଲା। ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ। କେଭିନ ମେୟର କହିଛନ୍ତି, ଗତ କିଛି ସପ୍ତାହ ମଧ୍ୟରେ ରାଜନୈତିକ ପରିବେଶ ବହୁତ ବଦଳିଛି। ମୁଁ ଯେଉଁ ପରିବର୍ତ୍ତନ କରିବାକୁ ଚାହୁଁଥିଲି, ତାହା ମୁଁ କରିଛି। ଟିକ୍-ଟକ୍ ର ମୁଖପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତ୍ତିକୁ କମ୍ପାନି ସମ୍ମାନ କରେ। କମ୍ପାନି ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ, ଗତ କିଛି ମାସ ମଧ୍ୟରେ ରାଜନୈତିକ ଗତିଶୀଳତା ବଦଳିଛି।

publive-image aajtak

ଗତ କିଛି ମାସ ଧରି ଆମେରିକାରେ ଟିକ୍ ଟକ୍ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବାର ଭୟ ରହିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିକଟରେ କହିଛନ୍ତି ଯେ କମ୍ପାନୀ ୯୦ଦିନ ମଧ୍ୟରେ ଆମେରିକାର ବ୍ୟବସାୟ ବିକ୍ରୟ କରିବା ଉଚିତ। ଯଦି ଏହା ୯୦ଦିନ ମଧ୍ୟରେ ବିକ୍ରି ହୋଇନଥାଏ, ତେବେ ଆପ୍ ଉପରେ ପ୍ରତିବନ୍ଧକ ଲଗାଯିବ | ତେବେ ନିକଟରେ ଟିକ୍ ଟକ୍ ମଧ୍ୟ ନିଶ୍ଚିତ କରିଛି ଯେ, କମ୍ପାନି ଆମେରିକୀୟ ରାଷ୍ଟ୍ରପତିଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିବ ଏବଂ ସେମାନଙ୍କ ବିରୋଧରେ ମକଦ୍ଦମା ଦାୟର କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe