ଚୀନ୍ ମାଲିକାନାରୁ ଦୂରେଇ ଯିବା ଲାଗି ଲଣ୍ଡନ୍‌କୁ ମୁଖ୍ୟାଳୟ କରିବା ନିମନ୍ତେ ବିଚାର କରୁଛି ‘ଟିକ୍‌ଟକ୍’

Advertisment
ଟିକଟକ୍, ଓ୍ବିଚାଟକୁ ନିଷିଦ୍ଧ କରିବାକୁ ଟ୍ରମ୍ପ ଜାରି କରିଥିବା ନିର୍ଦ୍ଦେଶକୁ ରଦ୍ଦ କଲେ ବାଇଡେନ 

Image Courtesy of India Today

ଲଣ୍ଡନ: ଚୀନ୍‌ର ମାଲିକାନାରୁ ଦୂରେଇ ଯିବା ଲକ୍ଷ୍ୟ ରଖି ଲଣ୍ଡନ୍‌ ଠାରେ ମୁଖ୍ୟାଳୟ ସ୍ଥାପନ କରିବା ନିମନ୍ତେ ଗ‌ତ ଅଳ୍ପ କେତେ ମାସ ହେବ ‘ଟିକ୍‌ଟକ୍’ ଇଂଲଣ୍ଡ ସରକାରଙ୍କ ସହ ଆଲୋଚନା କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

‘ଟିକ୍‌ଟକ୍’ କମ୍ପାନିର ଲଣ୍ଡନ୍‌ ସମେତ କେତେଗୁଡ଼ିଏ ଦେଶରେ କାର୍ଯ୍ୟାଳୟ ରହିଛି। କିନ୍ତୁ, ଏ ସଂକ୍ରାନ୍ତରେ କୌଣସି ନିଷ୍ପତ୍ତି ଗ୍ରହଣ କରା ଯାଇ ନ ଥିବା ଜଣାପଡ଼ିଛି।

ଇଂଲଣ୍ଡ୍‌ ଛଡ଼ା ଅନ୍ୟ ଦେଶରେ ଥିବା ‘ଟିକ୍‌ଟକ୍‌’ କାର୍ଯ୍ୟାଳୟ ପ୍ରସଙ୍ଗ ବିଚାରାଧୀନ ଅଛି କି, ନାହିଁ, ତାହା ଜଣାପଡ଼ି ନାହିଁ। କିନ୍ତୁ, ଏ ବର୍ଷ କାଲିଫର୍ଣ୍ଣିଆରେ ‘ଟିକ୍‌ଟକ୍’ ଜୋର୍‌ଦାର୍ ନିଯୁକ୍ତି ଦେଇଛି। ୱାଲ୍‌ଟ୍ ଡିଜ୍‌ନି କୋ’ର ପୂର୍ବତନ କାର୍ଯ୍ୟନିର୍ବାହୀ କେଭିନ୍ ମେୟର୍‌ଙ୍କୁ ‘ଟିକ୍‌ଟକ୍‌’ର ମୁଖ୍ୟ କାର୍ଯ୍ୟନିର୍ବାହୀ ନିଯୁକ୍ତ କରାଯାଇଛି। ସେ ଆମେରିକାରେ ଅବସ୍ଥାନ କରୁଛନ୍ତି।

publive-image Image Courtesy of News

ବ୍ୟବହାରକାରୀଙ୍କ ଡାଟା ନେବା ପାଇଁ ଚୀନ୍ ‘ଟିକ୍‌ଟକ୍‌’କୁ ବାଧ୍ୟ କରିପାରେ ସନ୍ଦେହ ହେଉଥିବାରୁ ୱାସିଂଟନ୍‌ରେ କମ୍ପାନି କଡ଼ା କଟକଣାର ସମ୍ମୁଖୀନ ହେଉଛି। ଚୀନ୍‌ର ‘ବାଇଟ୍‌ଡ୍ୟାନ୍ସ୍’ ମାଲିକାନାରେ ‘ଟିକ୍‌ଟକ୍’ ରହିଛି।

ଗତ କେତେ ସପ୍ତାହ ହେବ ଯୁକ୍ତରାଷ୍ଟ୍ର ଆମେରିକାର ସମସ୍ୟା ଉପରେ ‘ଟିକ୍‌ଟକ୍’ ବିଶେଷ ଧ୍ୟାନ ଦେଇଛି। କିନ୍ତୁ, ଭବିଷ୍ୟତର ମୁଖ୍ୟାଳୟ ଲଣ୍ଡନ ହେବା କଥାକୁ କମ୍ପାନି ଏଡ଼ାଇ ଦେଇନାହିଁ। ପରବର୍ତ୍ତୀ କେତେ ବର୍ଷରେ ମଧ୍ୟରେ ‘ଟିକ୍‌ଟକ୍’ ଲଣ୍ଡନ ଏବଂ ଚୀନ୍ ବାହାରେ ଥିବା ଅନ୍ୟାନ୍ୟ ମୁଖ୍ୟ ସ୍ଥାନରେ ତା’ର କର୍ମଚାରୀ ସଂଖ୍ୟା ଉଲ୍ଲେଖନୀୟ ଭାବେ ବୃଦ୍ଧି କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe