୧୪ କୋଟି ଭାରତୀୟ ଭିଡିଓକୁ ଅପସାରଣ କଲା ଟିକଟକ୍‌: ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରିଥିବା ଅଭିଯୋଗ 

ଗୁଗୁଲକୁ ଟପି ବିଶ୍ବର ଲୋକପ୍ରିୟ ଓ୍ବେବସାଇଟରେ ପରିଣତ ହେଲା ଟିକଟକ୍

TechnoIndia

ବେଙ୍ଗଲୁରୁ: କମ୍ପାନି ପକ୍ଷରୁ ନିର୍ଦ୍ଧାରିତ ହୋଇଥିବା ନିର୍ଦ୍ଦେଶାବଳୀକୁ ଉଲ୍ଲଂଘନ କରା ଯାଇଥିବା ଅଭିଯୋଗରେ ସର୍ଟ-ଭିଡିଓ ଆପ୍‌ ଟିକଟକ୍‌ ତା’ର ପ୍ଲାଟଫର୍ମରୁ ୧୦୪ ମିଲିୟନ (୧୪ କୋଟି) ଭିଡିଓକୁ ଅପସାରିତ କରି ଦେଇଛି। ମଙ୍ଗଳବାର ଦିନ ଟିକଟକ୍‌ ପକ୍ଷରୁ କୁହାଯାଇଛି ଯେ ନିର୍ଦ୍ଦେଶାବଳୀ ଓ ସେବା ସର୍ତ୍ତାବଳୀ ଉଲ୍ଲଂଘନ କରାଯାଇ ଚଳିତ ବର୍ଷର ପ୍ରଥମ ୬ ମାସ ମଧ୍ୟରେ ସର୍ବଭାରତୀୟ ସ୍ତରରେ କମ୍ପାନିର ପ୍ଲାଟଫର୍ମରେ ଅପ୍‌ଲୋଡ୍‌ ହୋଇଥିବା ୧୪ କୋଟି ଭିଡିଓକୁ କମ୍ପାନି ପକ୍ଷରୁ ଅପସାରଣ କର ଦିଆଯାଇଛି।
ଟିକଟକ୍‌ କମ୍ପାନି ପକ୍ଷରୁ ପ୍ରକାଶିତ ଏକ ବିବୃତିରେ କୁହାଯାଇଛି ଯେ ଏହି ଭିଡିଓଗୁଡ଼ିକ ସଂପର୍କରେ କୌଣସି ବ୍ୟବହାରକାରୀ କୌଣସି ପ୍ରକାରର ଅଭିଯୋଗ କରିବା ପୂର୍ବରୁ କମ୍ପାନି ପକ୍ଷରୁ ଏପରି ଭିଡିଓଗୁଡ଼ିକୁ ଚିହ୍ନଟ କରାଯିବା ସହ ପ୍ଲାଟଫର୍ମରୁ ଅପସାରଣ କରାଯାଇଥିଲା। ଉଳ୍ଲେଖଯୋଗ୍ୟ, ନୋଭେଲ କରୋନାଭାଇରସ୍‌ ଏବଂ ନିର୍ବାଚନ ସହ ଜଡିତ ବିଷୟବସ୍ତୁ ଯାଞ୍ଚ କରିବାକୁ ଟିକଟକ୍‌ ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଫ୍ୟାକ୍ଟ-ଯାଞ୍ଚ କାର୍ଯ୍ୟକ୍ରମ ଆରମ୍ଭ କରିଥିଲା। ନିର୍ଦ୍ଦେଶାବଳୀ ଉଲ୍ଲଂଘନ ଅଭିଯୋଗରେ କମ୍ପାନି ଅପସାରିତ କରିଥିବା ୯୬.୪ ପ୍ରତିଶତ ଭିଡିଓ ସଂପର୍କରେ କୌଣସି ବ୍ୟବହାରକାରୀ ଅଭିଯୋଗ କରିବା ପୂର୍ବରୁ ଏବଂ ୯୦.୩ ପ୍ରତିଶତ ଭିଡିଓକୁ କୌଣସି ଦର୍ଶକ ବା ବ୍ୟବହାରକାରୀ ଦେଖିବା ପୂର୍ବରୁ ହିଁ ସେଗୁଡ଼ିକୁ ପ୍ଲାଟଫର୍ମରୁ ଅପସାରିତ କରା ଯାଇଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe