ଜୁଲାଇ ୨୨ପରେ ଭାରତକୁ ପୁଣି ଫେରିପାରେ ଟିକ୍‌ଟକ୍‌

Advertisment
ଜୁଲାଇ ୨୨ପରେ ଭାରତକୁ ପୁଣି ଫେରିପାରେ ଟିକ୍‌ଟକ୍‌

The Hindu

ନୂଆଦିଲ୍ଲୀ: ଗତ କିଛି ଦିନ ତଳେ ଜାତୀୟ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଥିବାରୁ ଭାରତ ସରକାର ଲୋକପ୍ରିୟ ଟିକଟକ ଆପ୍‌ ସମେତ ୫୯ଟି ଚାଇନିଜ ଆପ୍‌କୁ ଦେଶରେ ବ୍ୟାନ୍‌ କରିଥିଲେ। ଆପ୍‌ଗୁଡ଼ିକ ବ୍ୟାନ୍‌ ହେବାପରେ କେନ୍ଦ୍ରୀୟ ଇଲୋକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରାଳୟ ଏକ ଆବେଦନ ଉପରେ ୭୯ଟି ପ୍ରଶ୍ନର ଏକ ସୂଚୀ ପଠାଇଛି। ୩ ସପ୍ତାହ ମଧ୍ୟରେ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଇଛି। ଯଦି କୌଣସି ଆପ୍‌ ଏହାର ଜବାବ ନ ଦେବେ, ତା’ହେଲେ ସେସବୁ ଆପକୁ ସବୁଦିନ ଭାରତରେ ବ୍ୟାନ୍‌ କରିଦିଆଯିବ ବୋଲି କୁହାଯାଇଛି।

TikTok, ShareIt, Xiaomi are among the 52 Chinese apps that Indian ... Scroll.in

ଜୁଲାଇ ୨୨ ମଧ୍ୟରେ ସମସ୍ତ ଆପ୍‌ ପଚରାଯାଇଥିବା ୭୯ଟି ପ୍ରଶ୍ନର ଉତ୍ତର ପଠାଇବେ। ଜୁଲାଇ ୨୨ ସୁଦ୍ଧା ଯଦି କେହି ଜବାବ ନ ଦେବେ, ତା’ହେଲେ ସେମାନଙ୍କ ଉପରେ ସବୁଦିନ ପାଇଁ ଭାରତରେ ବ୍ୟାନ୍‌ ଲଗାଇବ। ତେବେ ୨୨ ସୁଦ୍ଧା ସନ୍ତୋଷଜନକ ଉତ୍ତର ଦେଇପାରିଲେ, ଏହାକୁ ପୁଣିଥରେ ଭାରତରେ କାର୍ଯ୍ୟକ୍ଷମ ହେବାକୁ ଅନୁମତି ମିଳିବ।

TikTok's dark gut: Why porn, sex, rape, violence is allowed to ... OpIndia

ଏହାର ଅର୍ଥ ଟିକଟକ ଭାରତରେ ପୁଣିଥରେ କାର୍ଯ୍ୟକ୍ଷମ ହେବାର ସମ୍ଭାବନା ସୃଷ୍ଟି ହୋଇଛି। କାରଣ ପୂର୍ବରୁ ଅନେକ ଥର ଟିକଟକ ନିଜର ପକ୍ଷ ରଖି କହିଥିଲା ଯେ ଏହି ଆପ୍‌ ଜରିଆରେ କୌଣସି ତଥ୍ୟ ଚୋରି କରାଯାଇ ନାହିଁ କିମ୍ବା କୌଣସି ସରକାରଙ୍କୁ ଏହା ଦିଆଯାଇ ନାହିଁ। ବ୍ୟାନ୍‌ ହୋଇଥିବା ଆପଗୁଡ଼ିକର ଅଭିଯୋଗ ଓ ଏ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଏକ କମିଟି ଗଠନ କରାଯାଇଛିବୋଲି ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe