ଅଗଷ୍ଟ ୪ ପର୍ଯ୍ୟନ୍ତ ଦିନରେ ଦେଖି ପାରିବେ ଚନ୍ଦ୍ର ! ଜାଣନ୍ତୁ କ’ଣ ପାଇଁ ଦିଶିବ ଏହି ବିରଳ ଦୃଶ୍ୟ

Advertisment
ଅଗଷ୍ଟ ୪ ପର୍ଯ୍ୟନ୍ତ ଦିନରେ ଦେଖି ପାରିବେ ଚନ୍ଦ୍ର ! ଜାଣନ୍ତୁ କ’ଣ ପାଇଁ  ଦିଶିବ ଏହି ବିରଳ ଦୃଶ୍ୟ

ଭୁବନେଶ୍ୱର: ସୌର ଜଗତର ଚତୁର୍ଥ ଗ୍ରହ ‘ମଙ୍ଗଳ’ ସୂର୍ଯ୍ୟଠାରୁ ପ୍ରାୟ ୨୨.୮ କୋଟି କିମି ଦୂରରେ ରହି ଏହାକୁ ପ୍ରଦକ୍ଷିଣ କରିଥାଏ। ତେଣୁ ଖାଲି ଆଖିରେ ଏହା ଛୋଟ ଲାଲ ରଙ୍ଗର ତାରା ଭଳି ଦେଖାଯାଏ। ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ମଙ୍ଗଳ ପୃଥିବୀର ସବୁଠାରୁ ନିକଟତର ହୋଇଥିଲା ବୋଲି ଆମେ ଜାଣିଥିଲେ।  ଅଗଷ୍ଟ ମାସରେ ସବୁଦିନ ରାତିରେ ମଙ୍ଗଳ ଗ୍ରହଟି ସନ୍ଧ୍ୟା ସମୟରେ ପୂର୍ବ ଦିଗରେ ଉଦୟ ହୋଇ ଧୀରେଧୀରେ ଉପରକୁ ଉଠି ମଧ୍ୟରାତ୍ରି ବେଳକୁ ମୁଣ୍ଡ ଉପର ହୋଇ ପାହାନ୍ତିଆ ବେଳକୁ ପଶ୍ଚିମରେ ଅସ୍ତ ହେବ।

publive-image

ଏହି ଅଦ୍ଭୁତ ଦୃଶ୍ୟ ପରେ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଲୋକମାନେ ଚନ୍ଦ୍ରମାକୁ ଦିନରେ ଦେଖି ପାରିବେ। ଜୁଲାଇ ୨୭ରେ ଦେଖାଯାଇଥିବା ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ପରେ ଚନ୍ଦ୍ରରେ ଏଭଳି ପରିବର୍ତ୍ତନ ଦେଖିବାକୁ ମିଳିଛି। ୪ ଅଗଷ୍ଟ ପର୍ଯ୍ୟନ୍ତ ଲୋକମାନେ ସୂର୍ଯ୍ୟ ଉଦୟ ହେବାର କିଛି ସମୟ ପର୍ଯ୍ୟନ୍ତ ଚନ୍ଦ୍ରକୁ ଦେଖି ପାରିବେ। ଏହି ପ୍ରକ୍ରିୟା ଚଳିତ ସପ୍ତାହରୁ ଆରମ୍ଭ ହୋଇଯାଇଛି। ଚନ୍ଦ୍ର ଏବେ ବି ନିଜ କକ୍ଷପଥରୁ ପୃଥିବୀରୁ ଅତି ନିକଟରେ ଅଛି। ପୂର୍ଣ୍ଣ ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର, ପୃଥିବୀ ଓ ସୂର୍ଯ୍ୟ ଏକ ସରଳରେଖାରେ ଥିଲେ। ଏବେ ସେମାନେ ନିଜ ନିଜ ପଥକୁ ଫେରିଛନ୍ତି। ଏହି କାରଣରୁ ଚନ୍ଦ୍ର ଉଦୟ ଓ ଅସ୍ତର ସମୟରେ ପରିବର୍ତ୍ତନ ହୋଇଥିବା କଥା କୁହାଯାଇଛି।

ଭାରତୀୟ ସମୟାନୁସାରେ, ଭାରତରେ ଚନ୍ଦ୍ରମା ରାତି ୧୧ଟା ପରେ ହିଁ ଉଦୟ ହେବ। ସେହିପରି ଚନ୍ଦ୍ରମା ସକାଳ ୯ରୁ ୧୨ ମଧ୍ୟରେ ଅସ୍ତ ହେବ। ଏଥିପାଇଁ ସୂର୍ଯ୍ୟଦୟ ସମୟରେ ଚନ୍ଦ୍ର ପୃଥିବୀର ପଶ୍ଚିମରେ ଦେଖାଯିବ। ଅଗଷ୍ଟ ୪ ପେରେ ଚନ୍ଦ୍ର ପୃଥିବୀର ନିକଟତର ହୋଇଯିବ ଓ ପୃଥିବୀ ସୂର୍ଯ୍ୟ କକ୍ଷ ପଥରୁ ଦୂରେଇ ଯିବେ। ଏହାପରେ ନୂଆ ଚନ୍ଦ୍ରର ଆରମ୍ଭ ହେବ। ଯାହାକୁ ଅଗଷ୍ଟ ୧୧ରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe