ନ୍ୟୁୟର୍କ :ଟାଇମ୍ ମାଗାଜିନ୍ ନିଜର ବର୍ଷର ଶ୍ରେଷ୍ଠ ବ୍ୟକ୍ତିତ୍ବ ଭାବେ ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମନୋନୀତ କରିଛି। ଉପରାଷ୍ଟ୍ରପତି କମଳା ହାରିସ୍, ଏଲନ୍ ମସ୍କ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏବଂ ୱେଲ୍ସର ରାଜକୁମାରୀ କେଟଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସହ ତାଙ୍କୁ ଚଳିତ ବର୍ଷର ପୁରସ୍କାର ପାଇଁ ଫାଇନାଲିଷ୍ଟ ଭାବେ ଚୟନ କରାଯାଇଥିଲା। ୨୦୧୬ରେ ଟ୍ରମ୍ପ୍ ପ୍ରଥମ ଥର ପାଇଁ ହ୍ୱାଇଟ୍ ହାଉସକୁ ନିର୍ବାଚିତ ହେବା ସମୟରେ ଟାଇମ୍ ର ପର୍ସନ ଅଫ୍ ଦି ଇୟର ହୋଇଥିଲେ।
ପର୍ସନ ଅଫ ଦି ଇୟର ପାଇଁ ଟ୍ରମ୍ପଙ୍କୁ ଚୟନ କରାଯିବା ସଂପର୍କରେ ଟାଇମ ପତ୍ରିକାର ମୁଖ୍ୟ ସଂପାଦକ ସାମ୍ ଜାକବ୍ସ କହିଛନ୍ତି ଯେ ଭଲ ହେଉ ବା ଖରାପ ହେଉ ୨୦୨୪ର ଖବର ଉପରେ ଟ୍ରମ୍ପଙ୍କ ସର୍ବାଧିକ ପ୍ରଭାବ ରହିଛି ।
ଗତ ନଭେମ୍ବର ମାସରେ ଟ୍ରମ୍ପ ପୁଣି ଥରେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିଲା । ହ୍ବାଇଟହାଉସକୁ ଟ୍ରମ୍ପଙ୍କ ପୁନଃ ଆଗମନ କେବଳ ଆମେରିକା ନୁହେଁ ସମଗ୍ର ବିଶ୍ବର ରାଜନୀତି ଓ କୂଟନୀତିକୁ ପ୍ରଭାବିତ କରିବା ଆରମ୍ଭ କରିଛି ।
ପର୍ସନ ଅଫ ଦି ଇୟର ପାଇଁ ଟ୍ରମ୍ପଙ୍କୁ ଚୟନ କରାଯିବା ସଂପର୍କରେ ଟାଇମ ପତ୍ରିକାର ମୁଖ୍ୟ ସଂପାଦକ ସାମ୍ ଜାକବ୍ସ କହିଛନ୍ତି ଯେ ଭଲ ହେଉ ବା ଖରାପ ହେଉ ୨୦୨୪ର ଖବର ଉପରେ ଟ୍ରମ୍ପଙ୍କ ସର୍ବାଧିକ ପ୍ରଭାବ ରହିଛି ।
Follow Us