ଅନଲାଇନ୍‌ ସର୍ଭେ: ୭୯ ପ୍ରତିଶତ ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବେ

Advertisment
ଅନଲାଇନ୍‌ ସର୍ଭେ:   ୭୯ ପ୍ରତିଶତ ୨୦୧୯ରେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ଦେଶର ସବୁଠାରୁ ଅଧିକ ଲୋକପ୍ରିୟ ରାଜନେତା। ତାଙ୍କ ଲୋକପ୍ରିୟତା ଆଗରେ ବିରୋଧୀମାନେ ନିଷ୍ପ୍ରଭ ହୋଇ ପଡ଼ିଛନ୍ତି। ଟାଇମ୍‌ସ ଗ୍ରୁପ୍  ଦ୍ୱାରା କରାଯାଇଥିବା ଅନଲାଇନ୍‌ ସର୍ଭେରୁ ଏହା ଜଣାଯାଇଛିି। ଟାଇମ୍‌ସ ଗ୍ରୁପ୍  ଦ୍ୱାରା କରାଯାଇଥିବା ଅନଲାଇନ୍‌ ସର୍ଭେରୁ ଏହା ଜଣାଯାଇଛି ଯେ ବିମୁଦ୍ରାକରଣ ଓ ଜିଏସଟି ପରି ଆର୍ଥିକ ସଂସ୍କାର ସତ୍ତ୍ୱେ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ହ୍ରାସ ଘଟିନାହିଁଁ। ଯଦି ଆଜି ଲୋକସଭା ନିର୍ବାଚନ ହୁଏ ଓ ନରେନ୍ଦ୍ର ମୋଦି ବିଜେପିର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି ତେବେ ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ୯ଟି ଭାଷାରେ ହୋଇଥିବା ଏହି ଅନ୍‌ଲାଇନ ସର୍ଭେରେ ୭୯ ପ୍ରତିଶତ ଅଂଶଗ୍ରହଣକାରୀ କହିଛନ୍ତି ୨୦୧୯ ନିର୍ବାଚନରେ ବର୍ତ୍ତମାନ ଲୋକସଭାର ଯାହା ସ୍ଥିତି ତାହା ହିଁ ରହିବ । ଅର୍ଥାତ ୭୯ ପ୍ରତିଶତ ୨୦୧୯ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ଡିସେମ୍ବର ୧୨ରୁ ୧୫ ମଧ୍ୟରେ ହୋଇଥିବା ଏହି ଅନଲାଇନ ସର୍ଭେରେ ପ୍ରାୟ ୫ ଲକ୍ଷ ଲୋକ ଭାଗେ ନେଇଥିଲେ।

publive-image
ଟାଇମ୍‌ସ ଗ୍ରୁପ୍  ଦ୍ୱାରା କରାଯାଇଥିବା ଅନଲାଇନ୍‌ ସର୍ଭେ ମୁତାବକ କଂଗ୍ରେସ ନେତା ରାହୁଲ ଗାନ୍ଧୀ- ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ସିଧାସଳଖ ଟକ୍କର ହେଲେ କେବଳ ୨୦ ପ୍ରତିଶତ ରାହୁଲ ଗାନ୍ଧୀଙ୍କୁ ଭୋଟ୍‌ ଦେବେ ବୋଲି କହିଛନ୍ତି। ତେବେ ଗୁରୁତ୍ୱପୂର୍ଣ୍ଣ ହେଉଛି ସର୍ଭେରେ ଅଂଶ ଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ୭୩ ପ୍ରତିଶତ କହିଛନ୍ତି ଯେ କଂଗ୍ରେସ ଅଧ୍ୟକ୍ଷ ଭାବେ ରହୁଲ ଗାନ୍ଧୀ ଦାୟିତ୍ୱ ନେବା ପରେ ମଧ୍ୟ କଂଗ୍ରେସ ଦଳ କେନ୍ଦ୍ରରେ କ୍ଷମତାସୀନ ହେବା ପାଇଁ ବିଜପିର ବିକଳ୍ପ ହୋଇ ପାରିବ ନାର୍ହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe