‘ବୁଲ୍ଲିବାଈ’ ଆପ୍‌ ନିର୍ମାତାଙ୍କ ଠାରୁ ସୂଚନା ପାଇ ‘ସୁଲ୍ଲି ଡିଲ୍‌ସ୍‌’ର ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ଇନ୍ଦୋରରୁ ଗିରଫ କଲା ଦିଲ୍ଲୀ ପୁଲିସ

Advertisment
‘ବୁଲ୍ଲିବାଈ’ ଆପ୍‌ ନିର୍ମାତାଙ୍କ ଠାରୁ ସୂଚନା ପାଇ ‘ସୁଲ୍ଲି ଡିଲ୍‌ସ୍‌’ର ମାଷ୍ଟର୍‌ମାଇଣ୍ଡ୍‌ଙ୍କୁ ଇନ୍ଦୋରରୁ ଗିରଫ କଲା ଦିଲ୍ଲୀ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ‘ବୁଲ୍ଲିବାଈ’ ଆପ୍‌ ନିର୍ମାତାଙ୍କ ଠାରୁ ସୂଚନା ପାଇ ଆଜି ଦିଲ୍ଲୀ ପୁଲିସ ‘ସୁଲ୍ଲି ଡିଲ୍‌ସ୍‌’ ମାମଲାର ମାଷ୍ଟର୍‌ମାଇଣ୍ଡ୍‌ ଓଁକାରେଶ୍ବର ଠାକୁରଙ୍କୁ ମଧ୍ୟପ୍ରଦେଶର ଇନ୍ଦୋରରୁ ଗିରଫ କରିଛି। ସେ ‘ସୁଲ୍ଲି ଡିଲ୍‌ସ୍‌’ ଆପ୍‌ ନିର୍ମାଣ କରିଥିଲେ ବୋଲି କୁହାଯାଉଛି।

‘ବୁଲ୍ଲିବାଈ’ ଆପ୍‌ର ନିର୍ମାତା ନିରଜ ବିଷ୍ଣୋଇଙ୍କୁ ଜେରା କରିବା ବେଳେ ‘ସ୍ପେସାଲ୍‌ ସେଲ୍‌’ର ‘ଇଣ୍ଟେଲିଜେନ୍ସ୍‌ ଫ୍ୟୁଜନ୍‌ ଆଣ୍ଡ୍ ଷ୍ଟ୍ରଟେଜିକ୍‌ ଅପରେସନ୍‌’ (ଆଇଏଫ୍‌ଏସ୍‌ଓ) ଠାକୁରଙ୍କୁ ଗିରଫ କରିଛି।

publive-image Image Courtesy of India Today

୨୦୨୧ ଜୁଲାଇରେ ଜିଟ୍‌ହବ୍‌ରେ ‘ସୁଲ୍ଲି ଡିଲ୍‌ସ୍‌’ ଆପ୍‌ ନିର୍ମାଣ କରିଥିବା କଥା ୨୫ ବର୍ଷିୟ ଠାକୁର ପୁଲିସ ନିକଟରେ ସ୍ବୀକାର କରିଛନ୍ତି। ଭର୍ଚ୍ୟୁଆଲ୍‌ ନିଲାମ ପାଇଁ ସେ ଆପ୍‌ରେ ବିନା ସମ୍ମତିରେ କେତେକ ସଂଖ୍ୟାଲଘୁ ମହିଳାଙ୍କ ଫଟୋ ଅପ୍‌ଲୋଡ୍‌ କରାଯାଇଥିଲା।

ଏହି ମାମଲାରେ ଆହୁରି ଅନେକ ବ୍ୟକ୍ତି ଜଡ଼ିତ ଥିବା କଥା ‘ବିସିଏ’ ଛାତ୍ର ଓଁକାରେଶ୍ବର ଠାକୁର କହିଛନ୍ତି। ୨୦୨୧ ଜୁଲାଇରେ ଦିଲ୍ଲୀ ପୁଲିସ ‘ସୁଲ୍ଲି ଡିଲ୍‌ସ୍‌’ ମାମଲାରେ ‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe