ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ଟିପ୍ସ: ମୁଣ୍ଡରେ ଚିନ୍ତା ରଖି ପରୀକ୍ଷା ହଲ୍‌କୁ ପଶନି

Advertisment

ବିଫଳତା ହିଁ ସଫଳତା ଦିଗକୁ ବାଟ କଢ଼ାଇ ନିଏ

ବିଫଳତା ହିଁ ସଫଳତା ଦିଗକୁ ବାଟ କଢ଼ାଇ ନିଏ

ଛାତ୍ରଛାତ୍ରୀଙ୍କୁ ମୋଦୀଙ୍କ ଟିପ୍ସ: ମୁଣ୍ଡରେ ଚିନ୍ତା ରଖି ପରୀକ୍ଷା ହଲ୍‌କୁ ପଶନି

Hindustan

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ମୁଲ୍‌ ଛାତ୍ରଛାତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୦’ କାର୍ଯ୍ୟକ୍ରମ ଆଜି ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହୋଇଛି। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ଏହା ତୃତୀୟ ସଂସ୍କରଣ। ଏହି କାର୍ଯ୍ୟକ୍ରମରେ ମୋଦୀ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ସେମାନେ ପରୀକ୍ଷା ଜନିତ ଚାପକୁ କେମିତି ମୁକାବିଲା କରିବେ ସେ ସଂକ୍ରାନ୍ତରେ ବିଭିନ୍ନ ଟିପ୍ସ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସାରା ଭାରତ ବର୍ଷରୁ ପ୍ରାୟ ୨,୦୦୦ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ମୋଦୀ କହିଛନ୍ତି, ପରୀକ୍ଷା ହଲ୍‌କୁ କେବେ ବି ମୁଣ୍ଡରେ ଚିନ୍ତା ରଖି ପଶନି। ଅନ୍ୟ କିଏ କ’ଣ କରୁଛି ସେ ବିଷୟରେ ଆଦୌ ଚିନ୍ତା ନକରି ନିଜ ଉପରେ ବିଶ୍ବାସ ରଖ ଏବଂ ନିଜେ କିଭଳି ପ୍ରସ୍ତୁତ ହୋଇଛ ତା’ ଉପରେ ଫୋକସ୍‌ କର। ପରୀକ୍ଷା ସମୟରେ ଆମେ ସବୁବେଳେ ସହଜ ପ୍ରଶ୍ନରୁ ଆରମ୍ଭ କରିବା ଉଚିତ୍‌। ଏହାଦ୍ବାରା ଆତ୍ମବିଶ୍ବାସ ବଢ଼ିବ । ପରୀକ୍ଷାରେ ଭଲ ନମ୍ବର ରଖିବା ସବୁକିଛି ନୁହେଁ। ଆମକୁ ଏଭଳି ଚିନ୍ତାଧାରାରୁ ଓହରିବାକୁ ପଡ଼ିବ। ଜୀବନରେ ଆସୁଥିବା ବିଫଳତାରେ ନିରାଶ ହୁଅନି କାରଣ ବିଫଳତା ହିଁ ସଫଳତା ଦିଗକୁ ବାଟ କଢ଼ାଇନିଏ ବୋଲି ମୋଦୀ କହିଛନ୍ତି। ମୋଦୀ ମଧ୍ୟ ପାଠ୍ୟକ୍ରମ ବାଦ୍‌ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜ୍‌ ଉପରେ ଗୁରୁତ୍ବାରୋପ କରିଛନ୍ତି। ସେହିପରି ପରୀକ୍ଷା ସମୟରେ ମାନସିକ ଚାପକୁ କିଭଳି ନିୟନ୍ତ୍ରଣ କରିବାକୁ ପଡ଼ିବ ଏବଂ ଏହି କ୍ଷେତ୍ରରେ ଅଭିଭାବକଙ୍କର ଭୂମିକା ଉପରେ ମୋଦୀ ଗୁରୁତ୍ବାରୋପ କରିଛନ୍ତି। ମୋଦୀ କହିଛନ୍ତି , ଜୀବନକୁ ଟେକ୍‌ନୋଲୋଜି ପରିଚାଳିତ ନକରିବା ଉଚିତ୍‌। ଟେକନୋଲୋଜିକୁ ନିଜ ନିୟନ୍ତ୍ରଣରେ ରଖିବାର କ୍ଷମତା ରହିବା ଉଚିତ୍‌ ଏବଂ ଟେକ୍‌ନୋ‌ଲୋଜି ଯେଭଳି ସମୟ ନଷ୍ଟ ନକରେ ସେଥିପ୍ରତି ଗୁରୁତ୍ବ ଦେବା ଉଚିତ୍‌। ଘରର ଗୋଟିଏ ରୁମ୍‌ ସମ୍ପୂର୍ଣ୍ଣ ଭାବେ ଟେକ୍‌ନୋଲୋଜି ମୁକ୍ତ ହେବା ଦରକାର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe