ତିସ୍‌ ହଜାରୀ ପରିସରରେ ବିବାଦ ପ୍ରସଂଗ: ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଦିଲ୍ଲୀ ପୁଲିସ୍‌

ତିସ୍‌ ହଜାରୀ ପରିସରରେ ବିବାଦ ପ୍ରସଂଗ: ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କଲା ଦିଲ୍ଲୀ ପୁଲିସ୍‌

(Photo Credits: ANI)

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀର ତିସ୍‌ ହଜାରୀ ଅଦାଲତ ପରିସରରେ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହେବାର ଦିନେ ଛାଡ଼ି ମଙ୍ଗଳବାର ଦିଲ୍ଳୀ ପୁଲିସ୍‌ କର୍ମଚାରୀ ପୁଲିସ୍‌ ମୁଖ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ନଭେମ୍ବର ୨ ତାରିଖରେ ପୁଲିସ୍‌ ଓ ଓକିଲ ମଧ୍ୟରେ ହୋଇଥିବା ଗଣ୍ଡଗୋଳକୁ ଭିତ୍ତି କରି ପୁଲିସ୍‌ କର୍ମୀମାନେ ଏହି ବିକ୍ଷୋଭ କରିଛନ୍ତି। ବିକ୍ଷୋଭ ପ୍ରଦର୍ଶନକାରୀ ପୁଲିସମାନେ ହାତରେ କଳା ଫିତା ବାନ୍ଧିଥିବାର ଦେଖିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ଉତ୍ତର ଦିଲ୍ଲୀର ତିସ୍‌ ହଜାରୀ ଅଦାଲତ ପରିସରରେ ଗାଡ଼ି ପାର୍କିଂକୁ ନେଇ ଶୁକ୍ରବାର ଅପରାହ୍ନରେ ପୁଲିସ୍‌ ଓ ଓକିଲ ମୁହାଁମୁହିଁ ହେବା ସହ ଗୁଳି ଚାଳନାରେ ଏକ ପୁଲିସ୍‌ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଏହି ଅଗ୍ନିକାଣ୍ଡରେ ୨୦ ଜଣ ପୁଲିସ୍‌ କର୍ମୀ ଓ କିଛି ଓକିଲ ଆହତ ହୋଇଥିଲେ। ଏହି ବିବାଦ ସମୟରେ ସେଠାରେ ଉପସ୍ଥିିତ ଥିବା କିଛି ସାମ୍ବାଦିକଙ୍କୁ ବି ମାଡ଼ ମରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe