ଲସ୍ ଏଞ୍ଜେଲସ୍: ଜ୍ୟାକସନ-୫ର ସଦସ୍ୟ ତଥା ପ୍ରସିଦ୍ଧ ଜ୍ୟାକସନ ପରିବାରର ତୃତୀୟ ବୟସ୍କ ବ୍ୟକ୍ତି ଟିଟୋ ଜ୍ୟାକସନ ଆଉ ନାହାନ୍ତି। ଟିଟୋ ରବିବାର ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଟିଟୋଙ୍କ ଦେହାନ୍ତ ଖବରକୁ ଜ୍ୟାକସନ ପରିବାରର ଦୀର୍ଘଦିନର ବନ୍ଧୁ ତଥା ସହଯୋଗୀ ଷ୍ଟିଭ୍ ମ୍ୟାନିଂ ନିଶ୍ଚିତ କରିଛନ୍ତି। ଗାଡ଼ି ଚଳାଉଥିବା ବେଳେ ଟିଟୋଙ୍କର ହୃଦ୍ଘାତରେ ମୃତ୍ୟୁହୋଇଥିବା କୁହାଯାଉଛି। ନିକଟରେ ସେ ଏଜିଜ୍ ଅଫ୍ ଜ୍ୟାକସନ୍ସ ଅଧୀନରେ ଭାଇ ମାର୍ଲନ୍ ଓ ଜ୍ୟାକିଙ୍କ ସହ ଅଭିନୟ କରୁଥିଲେ, ଯେଉଁଥିରେ ଇଂଲଣ୍ଡରେ ସପ୍ତାହେ ପୂର୍ବରୁ ଗୋଟିଏ କାର୍ଯ୍ୟକ୍ରମ ମଧ୍ୟ ସାମିଲ ଥିଲା।
ବିଗତ ବର୍ଷଗୁଡ଼ିକରେ ସେ ବ୍ଲୁଜ୍ ଗିଟାରିଷ୍ଟ ଭାବରେ ନିଜ ନାମରେ କିମ୍ବା ବି.ବି.କିଙ୍ଗ୍ ବ୍ଲୁଜ୍ ବ୍ୟାଣ୍ଡ୍ରେ ଅନେକ ସୋ’ ରେକର୍ଡ କରିଥିଲେ। ୬୦ ଦଶକର ଶେଷ ଭାଗ ଓ ୭୦ ଦଶକର ପ୍ରାରମ୍ଭରେ ଜ୍ୟାକସନ୍-୫ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚିତ ହେବା ପରେ ଟିଟୋ ଜ୍ୟାକସନ ଗିଟାର ବଜାଉଥିଲେ, ଗୀତ ଗାଉଥିଲେ ଓ ନାଚୁଥିଲେ। ଟିଟୋ ଜ୍ୟାକସନଙ୍କ ପରିବାରରେ ପୁଅ ତାଜ, ତାରିଲ ଓ ଟିଜେ ଅଛନ୍ତି।
Follow Us