TLP faces potential ban Photograph: (Sambad.in)
ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ସରକାର ଟିଏଲ୍ପି (ତେହରିକ ଏ ଲବ୍ବୈକ ପାକିସ୍ତାନ ) ଉପରେ ପ୍ରତିବନ୍ଧକ ଲଗାଇବାପାଇଁ ନିର୍ଣ୍ଣାୟକ ନିଷ୍ପତ୍ତି ନେଇଛି। ପଞ୍ଜାବ ସରକାର ଉକ୍ତ ଇସଲାମିଷ୍ଟ ପାର୍ଟିକୁ ଏକ ଆତଙ୍କବାଦୀ ଗୋଷ୍ଠୀ ବୋଲି କହିଛି ଏବଂ ଦେଶର ଏହି ତୃତୀୟ ବୃହତ୍ତମ ଧାର୍ମିକ ଦଳ ଉପରେ ସଂଘୀୟ ନିଷିଧାଦେଶ ଲଗାଇବାପାଇଁ ସୁପାରିସ କରିଛି। ମରିୟମ ନୱାଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏକ ଉଚ୍ଚସ୍ତରୀୟ ଆଇନ ଶୃଙ୍ଖଳା ବୈଠକରେ ଏହି ନିଷ୍ପତ୍ତି ନେଇଛି। ବୈଠକରେ ସମସ୍ତ ଟିଏଲ୍ପି ସମ୍ପତ୍ତି ଜବତ କରିବା, ଏହାର ବ୍ୟାଙ୍କ ଆକାଉଣ୍ଟ ଅଚଳ କରିବା ସହ ସୋସିଆଲ ମିଡିଆରେ ସମସ୍ତ ଆକାଉଣ୍ଟ୍ ବ୍ଲକ୍ କରି ଦଳର ନେତାମାନାଙ୍କୁ କଡ଼ା କଟକଣା ଅଧୀନରେ ରଖିବାପାଇଁ ନିଷ୍ପତ୍ତି ନିଆଯାଇଛି। ମୁରିଦକରେ ଟିଏଲ୍ପି ଆନ୍ଦୋଳନକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି।
Follow Us