ଇସ୍‌ଲାମାବାଦକୁ ଅଚଳ କରିଦେବା ପାଇଁ ଟିଏଲ୍‌ପିର ଧମକ

Advertisment
ଇସ୍‌ଲାମାବାଦକୁ ଅଚଳ କରିଦେବା ପାଇଁ ଟିଏଲ୍‌ପିର ଧମକ

Dawn

ନୂଆଦିଲ୍ଲୀ : ଇମ୍ରାନ୍‌ ଖାନ୍‌ ନେତୃତ୍ବାଧୀନ ପାକିସ୍ତାନ ସରକାର ତେହେରିକ୍‌-ଏ-ଲବେକ ପାକିସ୍ତାନ (ଟିଏଲ୍‌ପି) ମୁଖ୍ୟ ସାଦ ରିଜୱିଙ୍କୁ ମୁକ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କୁ ବହିଷ୍କାର ନକଲେ ଇସ୍‌ଲାମାବାଦକୁ ଅଚଳ କରି ଦିଆଯିବ ବୋଲି ଟିଏଲ୍‌ପି ପକ୍ଷରୁ ଧମକ ଦିଆଯାଇଛି। ଏହି ଦୁଇଟି ଦାବିକୁ ନେଇ ଟିଏଲ୍‌ପିର ୧୦ ହଜାରରୁ ଅଧିକ ସମର୍ଥକ ଶୋଭାଯାତ୍ରାରେ ଇସ୍‌ଲାମାବାଦ ଅଭିମୁଖେ ଯାଉଛନ୍ତି। କଠୋରପନ୍ଥୀ ଇସ୍‌ଲାମିକ ଗ୍ରୁପ୍‌ର ବିକ୍ଷୋଭକାରୀମାନେ ଏବେ ଲାହୋରଠାରୁ ୮୦ କିଲୋମିଟର ଏବଂ ଇସ୍‌ଲାମାବାଦଠାରୁ ୨୨୦ କିଲୋମିଟର ଦୂର ଗୁଜରାଂୱାଲା ନିକଟରେ ପହଞ୍ଚିଛନ୍ତି। ସେମାନେ ରିଜୱିଙ୍କ ମୁକ୍ତି ଦାବି କରି ଲାହୋର-ରାୱଲପିଣ୍ଡି ରାସ୍ତା ଅବରୋଧ କରିଛନ୍ତି। ଏ ନେଇ ସରକାରୀ ସ୍ତରରେ କଥାବାର୍ତ୍ତା ଚାଲିଥିବାରୁ ସେଠାରେ ନିୟୋଜିତ ପୁଲିସ ଏବଂ ରେଞ୍ଜର୍ସ ଟିଏଲ୍‌ପି ସମର୍ଥକଙ୍କୁ ବିରୋଧ କରୁ ନାହାନ୍ତି।

ସୂଚନାଯୋଗ୍ୟ, ପ୍ରତିବନ୍ଧିତ ଟିଏଲ୍‌ପିର ୧୦ ହଜାରରୁ ଅଧିକ ସମର୍ଥକ ଗତ ତିନି ଦିନ ହେଲା ଜିଟି ରୋଡ଼ର ମୁରିଦକେ ଏବଂ ଗୁଜରଂୱାଲା ମଧ୍ୟରେ ଡେରା ପକାଇଥିଲେ। ପାକିସ୍ତାନର ତେହେରିକ-ଏ-ଇନ୍‌ସାଫ ସରକାର ସେମାନଙ୍କ ଦାବି ନ ମାନିବାରୁ ବୁଧବାର ସେମାନେ ଇସ୍‌ଲାମାବାଦ ଅଭିମୁଖେ ଶୋଭାଯାତ୍ରାରେ ବାହାରିଥିଲେ। ସେମାନେ ଲାହୋରଠାରୁ ୫୦ କିଲୋମିଟର ଦୂର ସଧୋକେ ନିକଟରେ ପହଞ୍ଚି ଥିବାବେଳେ ପୁଲିସ ସହ ମୁହାଁମୁହିଁ ହୋଇଥିଲେ। ସଂଘର୍ଷରେ ୧୧ ଟିଏଲ୍‌ପି ସମର୍ଥକ ଏବଂ ୮ ଜଣ ପୁଲିସଙ୍କ ମୃତ୍ୟୁ ହୋଇଥିଲା ଏବଂ ତିନି ଶହରୁ ଅଧିକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe