ଭୋଟ୍‌ ଗ୍ରହଣ ବେଳେ ବଙ୍ଗର ବିଧାନନଗରରେ ଟେକାପଥର ଫିଙ୍ଗାଫିଙ୍ଗି ହେଲେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ

Advertisment
ଭୋଟ୍‌ ଗ୍ରହଣ ବେଳେ ବଙ୍ଗର ବିଧାନନଗରରେ ଟେକାପଥର ଫିଙ୍ଗାଫିଙ୍ଗି ହେଲେ ତୃଣମୂଳ କଂଗ୍ରେସ ଓ ବିଜେପି କର୍ମୀ

Image Courtesy of India Today

କୋଲ୍‌କାତା: ଆଜି ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ବିଧାନନଗରରେ ବିଜେପି ଓ ତୃଣମୂଳ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଘଟିଛି। ଘଟଣାଟି ବିଧାନନଗର ଅଞ୍ଚଳର ଶାନ୍ତିନଗରେ ଘଟିଥିବା ସରକାରୀ ଅଧିକାରୀମାନେ କହିଛନ୍ତି।

ପ୍ରାଥମିକ ସୂଚନା ଅନୁସାରେ, ଗୋଟାଏ ମତଦାନ କେନ୍ଦ୍ର ଅଦୂରରେ ଏହି ସଂଘର୍ଷ ଘଟିଥିଲା। କୌଣସି କଥାକୁ ନେଇ ବିବାଦ କରିବା ପରେ ଉଭୟ ତୃଣମୂଳ କଂଗ୍ରେସ ଏବଂ ବିଜେପି ସମର୍ଥକମାନେ ପରସ୍ପର ଉପରକୁ ଟେକାପଥର ଫିଙ୍ଗିଥିଲେ।

publive-image Image Courtesy of Times of India

ଏହି ତୁମୁଳ ସଂଘର୍ଷ ବେଳେ ବିଧାନନଗରର ବିଜେପି ପ୍ରାର୍ଥୀ ସବ୍ୟସାଚୀ ଦତ୍ତ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଗଣମାଧ୍ୟମକୁ ଦତ୍ତ କହିଛନ୍ତି ଯେ, ତୃଣମୂଳ କଂଗ୍ରେସର ସମର୍ଥକମାନେ ବୁଥ୍‌ ଅକ୍ତିଆର କରିବାକୁ ଉଦ୍ୟମ କରୁଥିଲେ। ଏଥିରେ ବିଫଳ ହେବାରୁ ଗଣ୍ଡଗୋଳ ଆରମ୍ଭ କଲେ।
ବିଧାନନଗର ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁଜିତ ବୋଷଙ୍କ ବିପକ୍ଷରେ ବିଜେପି ସବ୍ୟସାଚୀ ଦତ୍ତଙ୍କୁ ପ୍ରାର୍ଥୀ କରାଇଛି।

ଆଜି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ୫ମ ପର୍ଯ୍ୟାୟରେ ୧ କୋଟିରୁ ଅଧିକ ଭୋଟ୍‌ଦାତା ୩୪୨ଜଣ ପ୍ରାର୍ଥୀଙ୍କର ରାଜନୈତିକ ଭାଗ୍ୟ ନିର୍ଦ୍ଧାରଣ କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe