ପଶ୍ଚିମବଙ୍ଗରେ କଂଗ୍ରେସକୁ ୫ଟି ଆସନ ଦେଲେ ମମତା

Advertisment
ପଶ୍ଚିମବଙ୍ଗରେ କଂଗ୍ରେସକୁ ୫ଟି ଆସନ ଦେଲେ ମମତା

କୋଲକାତା: ପଶ୍ଚିମବଙ୍ଗରେ 'ଇଣ୍ଡିଆ' ମେଣ୍ଟ ଅଧୀନରେ କଂଗ୍ରେସ ଓ ମମତା ବାନାର୍ଜୀଙ୍କ ଦଳ ଟିଏମସି ମଧ୍ୟରେ ଆସନ ବୁଝାମଣା ଚୂଡାନ୍ତ ହୋଇଛି। ସୂତ୍ରରୁ ପ୍ରକାଶ ଯେ ପଶ୍ଚିମବଙ୍ଗରେ ଟିଏମସି କଂଗ୍ରେସ ପାଇଁ ୫ଟି ଆସନ ଛାଡିବ। ଦାର୍ଜିଲିଂ, ରାୟଗଞ୍ଜ, ଦକ୍ଷିଣ ମାଲଦା, ବାହାରମପୁର ଓ ପୁରୁଲିଆ ଭଳି ଆସନ କଂଗ୍ରେସକୁ ଦେବାକୁ ଟିଏମସି ରାଜି ହୋଇଛି। ପୂର୍ବରୁ ଟିଏମସି କଂଗ୍ରେସକୁ ମାତ୍ର ୨ଟି ଆସନ ଦେବାକୁ କହୁଥିବାରୁ ଆସନ ବୁଝାମଣା ପ୍ରସଙ୍ଗକୁ ନେଇ ଦୁଇ ଦଳ  ମଧ୍ୟରେ ଦୀର୍ଘ ଦିନ ଧରି ମତଭେଦ ଲାଗି ରହିଥିଲା।

ଏହାବ୍ୟତୀତ ମେଘାଳୟ ଓ ଆସାମରେ ମଧ୍ୟ ମେଣ୍ଟ ଚୂଡ଼ାନ୍ତ ହୋଇଛି। ମେଘାଳୟର ତୁରା ଆସନ ଟିଏମସିକୁ ଦେବାକୁ କଂଗ୍ରେସ ପ୍ରସ୍ତୁତ । ଆସାମରେ ମଧ୍ୟ କଂଗ୍ରେସ ଟିଏମସି ପାଇଁ ଗୋଟିଏ ଆସନ ଛାଡିବ ।

ଏହା ପୂର୍ବରୁ ଶନିବାର ଦିନ କଂଗ୍ରେସ ସାଧାରଣ ସମ୍ପାଦକ (ଯୋଗାଯୋଗ) ଜୟରାମ ରମେଶ କହିଥିଲେ ଯେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ସହ ଆସନ ବୁଝାମଣା ନେଇ ଆଲୋଚନା ଚାଲିଛି। ମମତା ବାନାର୍ଜୀ ଏବଂ ଟିଏମସି କହିଛନ୍ତି ଯେ ସେମାନେ ଭାରତ ମେଣ୍ଟକୁ ମଜବୁତ କରିବାକୁ ଚାହୁଁଛନ୍ତି ଏବଂ ବିଜେପିକୁ ପରାସ୍ତ କରିବା ହେଉଛି ସବୁଠାରୁ ବଡ ଲକ୍ଷ୍ୟ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe