ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

Advertisment
ଟିଏମ୍‌ସି ନେତା ଅନୁବ୍ରତ ମଣ୍ଡଳଙ୍କୁ ଗିରଫ କଲା ସିବିଆଇ

India Today

କୋଲକାତା : ଗୋରୁ ଚୋରାଚାଲାଣ ମାମଲାରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ନେତା ଅନୁବ୍ରତ ମଣ୍ଡଳଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ନ‌ାଟକୀୟ ଢଙ୍ଗରେ ଗିରଫ କରିଛି। ସିବିଆଇ ଟିମ୍ ତାଙ୍କୁ ଗିରଫ କରିବା ପାଇଁ ସିଆର୍‌ପିଏଫ୍‌ ସହ ଟିଏମ୍‌ସିର ବୀରଭୂମ ଜିଲ୍ଲା ମୁଖ୍ୟଙ୍କ ଘରକୁ ଆସିଥିଲା। ଗତକାଲି ସିବିଆଇ ଏହାର ମୁଖ୍ୟାଳୟକୁ ଏକ ରିପୋର୍ଟ ପଠାଇଥିଲା ଯେ ଗୋରୁ ଚୋରା ଚାଲାଣ ମାମଲାରେ ଦଶମ ଥର ଡାକରା ପରେ ମଧ୍ୟ ମଣ୍ଡଳ ହାଜର ହେବାକୁ ଅଧିକ ସମୟ ମାଗିଥିଲେ। ସିବିଆଇ ଆଜି ମଣ୍ଡଳଙ୍କ ଘରେ ପହଞ୍ଚିବା ପରେ ସେମାନେ ଭିତରକୁ ଯିବା ପୂର୍ବରୁ ପ୍ରଥମେ ସିଆର୍‌ପିଏଫ୍‌ ଯବାନମାନେ ତାଙ୍କ ଘର ଚାରିପଟେ ଘେରି ରହିଥିଲେ। ତାଙ୍କ ଘରର ସମସ୍ତ କବାଟ ଭିତରୁ ବନ୍ଦ ଥିଲା। ଗୋରୁ ଚୋରାଚାଲାଣ ମାମଲାର ତଦନ୍ତରେ ସହଯୋଗ ନ କରିବା ଦର୍ଶାଇ ସିବିଆଇ ତାଙ୍କୁ ଶେଷରେ ଗିରଫ କରିଥିଲା। ଆସନ୍ତା ୨୦ ତାରିଖ ଯାଏଁ ସେ ସିବିଆଇ ହେପାଜତରେ ରହିବେ।

ଏହାପୂର୍ବରୁ ତାଙ୍କୁ ଡାକ୍ତର ବେଡ ରେଷ୍ଟ ପାଇଁ କହିଥିଲେ। ମଳକଣ୍ଟକ ଚିକିତ୍ସା ପାଇଁ ସେ ଅପରେସନ୍ କରିବାକୁ ଯୋଜନା କରୁଥିଲେ। କିନ୍ତୁ ଏସ୍‌ଏସ୍‌କେଏମ୍ ହସ୍ପିଟାଲର କର୍ତ୍ତୃପକ୍ଷ କହିଛନ୍ତି ଯେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ। ଗୋରୁ ଚୋରା ଚାଲାଣ ମାମଲାରେ ସିବିଆଇ ଚାରିଟି ଚାର୍ଜସିଟ୍ ଦାଖଲ କରିଛି। ଏଥିରେ ୧୧ ଜଣ ଅଭିଯୁକ୍ତଙ୍କ ନାମ ରହିଛି। ଏହି ମାମଲାରେ ମଣ୍ଡଳଙ୍କ ଅଙ୍ଗରକ୍ଷୀ ସାଇଗଲ ହୋସେନଙ୍କୁ ଗିରଫ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe