ଲରି ଧକ୍କା ଦେବାରୁ ବାଇକ୍‌ ଚଢ଼ି ଯାଉଥିବା ‘ତୃଣମୂଳ କଂଗ୍ରେସ’ ବିଧାୟକ ମଦନ ମିତ୍ର ଆହତ

ଲରି ଧକ୍କା ଦେବାରୁ ବାଇକ୍‌ ଚଢ଼ି ଯାଉଥିବା ‘ତୃଣମୂଳ କଂଗ୍ରେସ’ ବିଧାୟକ ମଦନ ମିତ୍ର ଆହତ

Image Courtesy of India.com

କୋଲ୍‌କାତା: ଶୁକ୍ରବାର ସନ୍ଧ୍ୟା ବେଳେ କୋଲ୍‌କାତାରେ ଏକ ସଡ଼କ ଦୁର୍ଘଟଣାରେ ‘ତୃଣମୂଳ କଂଗ୍ରେସ’ର ବିଧାୟକ ମଦନ ମିତ୍ର ଆହତ ହୋଇଛନ୍ତି। କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଯାଉଥିବା ବେଳେ ସହରର ବାରାକ୍‌ପୁର୍‌ ଟ୍ରଙ୍କ୍‌ ରୋଡ୍‌ରେ ଗୋଟାଏ ଲରି ଟ୍ରକ୍‌ ତାଙ୍କ ମୋଟର୍‌ସାଇକେଲ୍‌ ସହ ଧକ୍କା ଖାଇଥିଲା।

ଉକ୍ତ ଦୁର୍ଘଟଣାରେ ମଦନ ମିତ୍ରଙ୍କ ଗୋଡ଼ରେ ଆଘାତ ଲାଗିଛି। ଟ୍ରାଫିକ୍‌ ଗହଳି ଏଡ଼ାଇବା ପାଇଁ କାର୍‌ ପରିବର୍ତ୍ତେ ମୋଟର୍‌ସାଇକେଲ୍‌ରେ ଯିବା ଲାଗି ମିତ୍ର ଇଚ୍ଛା କରିଥିଲେ। କ‌ୌଣସି ଗୋଳମାଳିଆ ପରିସ୍ଥିତି ଯୋଗୁଁ ଦୁର୍ଘଟଣା ଘଟିଲା। ତାଙ୍କ ମୋଟର୍‌ସାଇକେଲ୍‌ ଓ ଲରି ଟ୍ରକ୍‌ ମୁହାଁମୁହିଁ ଧକ୍କା ଖାଇଥିଲେ।

ସ୍ଥାନୀୟ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ, ଆଘାତ ସେତେ ଗୁରୁତର ନୁହେଁ। ଏକ ଘରୋଇ ହସ୍ପିଟାଲ୍‌ରେ ତାଙ୍କର ପ୍ରାଥମିକ ଉପଚାର କରାଯାଇଥିଲା।

publive-image Image Courtesy of India Today

ଗଣମାଧ୍ୟମକୁ ସେ କହିଛନ୍ତି, ଯଦିବା ଅଳ୍ପକେ ବର୍ତ୍ତିଗଲି ଏବେ ମୁଁ ଭଲ ଅଛି। ବେଲଘରିଆ ଅଞ୍ଚଳରେ ଗୋଟାଏ ପୁଷ୍ପ ପ୍ରଦର୍ଶନୀରେ ଯୋଗ ଦେବାକୁ ଯାଉଥିଲି, କିନ୍ତୁ ଟ୍ରାଫିକ୍‌ ଗହଳି ହେତୁ ପ୍ରଦର୍ଶନୀ ସ୍ଥଳରେ ଶୀଘ୍ର ପହଞ୍ଚିବା ଲାଗି ମୋଟର୍‌ସାଇକେଲ୍‌ ଚଢ଼ି ଯିବାକୁ ବିଚାର କରିଥିଲି।

ଅବଶ୍ୟ କିଛି ସମୟ ପରେ ସେ ହସ୍ପିଟାଲ୍‌ରୁ ଯାଇ ଉକ୍ତ ପୁଷ୍ପ ପ୍ରଦର୍ଶନୀରେ ଯୋଗ ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ‘ବିଜେପି’ ସଙ୍କେତ ହୋଇଥିବାରୁ ମା ଦୁର୍ଗାଙ୍କୁ ଅର୍ପଣ କରିବେ ନାହିଁ କହି ବିଧାୟକ ମଦନ ମିତ୍ର ଗତ ସପ୍ତାହରେ ଗୋଟାଏ ପଦ୍ମଫୁଲକୁ ଛିଡ଼ାଇ ଦେଇ ଚର୍ଚ୍ଚିତ ହୋଇଥିଲେ। ଉକ୍ତ ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe