ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ; ଦୁଇ ଦିନରେ ତିନି ବିଧାୟକଙ୍କ ଇସ୍ତଫା ମମତାଙ୍କ ପାଇଁ ଚିନ୍ତାର କାରଣ

ଇସ୍ତଫା ଦେଲେ ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ; ଦୁଇ ଦିନରେ ତିନି ବିଧାୟକଙ୍କ ଇସ୍ତଫା ମମତାଙ୍କ ପାଇଁ ଚିନ୍ତାର କାରଣ

Image Courtesy of NDTV

କୋଲ୍‌କାତା: ଉତ୍ତର ୨୪ ପ୍ରଗଣାର ବାରାକପୁର ନିର୍ବାଚନ ମଣ୍ଡଳୀର ତୃଣମୂଳ କଂଗ୍ରେସର ବିଧାୟକ ଶୀଳଭଦ୍ର ଦତ୍ତ ଶୁକ୍ରବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି।

ରାଜ୍ୟ ବିଧାନସଭା ନିର୍ବାଚନ ମାତ୍ର ୫ ମାସ ବାକି ଥିବା ବେଳେ ଦଳରୁ ଜଣକ ପରେ ଜଣେ ବିଧାୟକ ଇସ୍ତଫା ଦେବା ଘଟଣା ଶାସକ ତୃଣମୂଳ କଂଗ୍ରେସ ପାଇଁ ଚିନ୍ତାର କାରଣ ପାଲଟିଛି। ସମ୍ଭବତଃ ସେହି କାରଣରୁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସର ଏକ ଜରୁରୀ ବୈଠକ ଡକାଇଛନ୍ତି। ଆହୁରି ଅନେକ ବିଦ୍ରୋହୀ ନେତା ଓ କର୍ମୀ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେବେ ବୋଲି ଶୁଣାଯାଉଛି।

ତୃଣମୂଳ କଂଗ୍ରେସର ଅନ୍ୟତମ ବିଧାୟକ ଜିତେନ୍ଦ୍ର ତିଓ୍ଵାରି ଦଳରୁ ଇସ୍ତଫା ଦେବାର ମାତ୍ର ଦିନକ ପରେ ବିଧାୟକ ଦତ୍ତ ଇସ୍ତଫା ଦେଇଛନ୍ତି। ଗୁରୁବାର ଦିନ ଦଳର ଟାଣୁଆ ନେତା ଶୁଭେନ୍ଦୁ ଅଧିକାରୀ ମଧ୍ୟ ଇସ୍ତଫା ଦେଇଥିଲେ। ୨୦୧୬ ପଶ୍ଚିମବଙ୍ଗ ନିର୍ବାଚନରେ ତୃଣମୂଳ କଂଗ୍ରେସର ବିଜୟରେ ଶୁଭେନ୍ଦୁ ଅଧିକାରୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ରାଜ୍ୟର ପଶ୍ଚିମ ପ୍ରାନ୍ତର ୫୦ରୁ ଅଧିକ ଆସନର ନେତାମାନଙ୍କ ଉପରେ ଅଧିକାରୀଙ୍କର ନିୟନ୍ତ୍ରଣ ରହିଛି।

publive-image Image Courtesy of NDTV

ତୃଣମୂଳ କଂଗ୍ରେସର ଉପରୋକ୍ତ ଦୁଇ ବିଧାୟକ ବିରୋଧୀ ଭାରତୀୟ ଜନତା ପାର୍ଟି ସହ ସମ୍ପର୍କ ରଖିଛନ୍ତି ଏବଂ ଅଳ୍ପ କେତେଦିନ ମଧ୍ୟରେ ସେଥିରେ ଯୋଗ ଦେବାର ସମ୍ଭାବନା ରହିଛି ବୋଲି କୁହାଯାଉଛି।

ଶନିବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ ଅବସରରେ ଅଧିକାରୀ ବିଜେପିର ଯୋଗ ଦେବେ ବୋଲି ଆଶା କରାଯାଉଛି।
ଏହାଛଡ଼ା ତୃଣମୂଳ ସାଂସଦ ସୁନୀଲ ମଣ୍ଡଳ ମଧ୍ୟ ଦଳରୁ ଇସ୍ତଫା ଦେଇ ପାରନ୍ତି ବୋଲି ବିଶ୍ୱାସ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe