Image Courtesy of India Today
କୋଲ୍କାତା: ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କ ହତ୍ୟା ଘଟଣାକୁ ‘ତୃଣମୂଳ କଂଗ୍ରେସ’ ସେନା ଭର୍ତ୍ତି ଯୋଜନା ‘ଅଗ୍ନିପଥ’ ସହ ତୁଳନା କରି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି।
ପାର୍ଟିର ମୁଖପତ୍ର ‘ଜାଗୋ ବଙ୍ଗ୍ଲା’ ସମ୍ମୁଖ ପୃଷ୍ଠା ଖବରରେ ‘ତୃଣମୂଳ କଂଗ୍ରେସ’ କହିଛି ଯେ, ପେନ୍ସନ୍ ପାଉ ନ ଥିବା ପୂର୍ବତନ ଜାପାନୀ ପ୍ରତିରକ୍ଷା କର୍ମଚାରୀଙ୍କଦ୍ବାରା ଆବେ ନିହତ ହୋଇଛନ୍ତି।
କେନ୍ଦ୍ର ସରକାରଙ୍କ ‘ଅଗ୍ନିପଥ’ ଯୋଜନାକୁ ‘ଜାପାନୀ ସାମୁଦ୍ରିକ ଆତ୍ମରକ୍ଷା ବଳ’ ସହିତ ତୁଳନା କରି ‘ତୃଣମୂଳ କଂଗ୍ରେସ’ ଅଭିଯୋଗ କରିଛି ଯେ, ମୋଦୀ ସରକାରଙ୍କ ଉଦ୍ଦେଶ୍ୟ। ହେଉଛି ତରୁଣମାନଙ୍କୁ ପ୍ରତିରକ୍ଷା ବଳରେ ନିଯୁକ୍ତି ଦେଇ ୪ ବର୍ଷ ପରେ ବିନା ପେନ୍ସନ୍ ଏବଂ ଅନ୍ୟାନ୍ୟ ଅବସରକାଳୀନ ଲାଭ ନ ଦେଇ ବିଦା କରିବା।
Image Courtesy of India Todayବିଦେଶୀ ଗଣମାଧ୍ୟମ ରିପୋର୍ଟକୁ ଭିତ୍ତି କରି ‘ଜାଗୋ ବଙ୍ଗ୍ଲା’ ଉପରୋକ୍ତ ତୁଳନା କରିଛି। ବିଦେଶୀ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆବେଙ୍କ ଆତତାୟୀ ୟାମାଗାମି ୩ ବର୍ଷ ଚାକିରି କରି ବିଦା ହେବା ପରେ ସେ ବେକାର ହୋଇ ବୁଲୁଥିଲେ ଏବଂ ପେନ୍ସନ୍ ବି ପାଉ ନ ଥିଲେ। କର୍ମସଂସ୍ଥାନ ନ ପାଇବାଜନିତ ହତାଶା ହିଁ ଆବେଙ୍କୁ ହତ୍ୟା କରାଯିବାର କାରଣ ବୋଲି ବିଦେଶୀ ଗଣମାଧ୍ୟମ ସବୁ ରିପୋର୍ଟ କରିଥିଲେ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ମଧ୍ୟ ଆବେଙ୍କ ହତ୍ୟାକାଣ୍ଡକୁ ‘ଅଗ୍ନିପଥ’ ଯୋଜନା ସହିତ ତୁଳନା କରିଥିଲେ। ଟୁଇଟ୍ କରି ସେ ଲେଖିଥିଲେ, ଜାପାନର ‘ଏସ୍ଡିଏଫ୍’ରେ (ସେନା) କାର୍ଯ୍ୟ କରିଥିବା ୟାମାଗାମି ପେନ୍ସନ୍ ପାଉ ନ ଥିବାରୁ ଶିଞ୍ଜୋ ଆବେଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।
Follow Us