ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବା ଘଟଣାକୁ ନିନ୍ଦା କଲେ ତୃଣମୂଳ କଂଗ୍ରେସ ସାଂସଦ ନୁସ୍‌ରତ୍‌ ଜହାଁ

ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବା ଘଟଣାକୁ ନିନ୍ଦା କଲେ ତୃଣମୂଳ କଂଗ୍ରେସ ସାଂସଦ ନୁସ୍‌ରତ୍‌ ଜହାଁ

Image Courtesy of Zee News

ନୂଆଦିଲ୍ଲୀ: ନେତାଜୀ ଜୟନ୍ତୀ ଅବସରରେ ଶନିବାର ଦିନ କୋଲ୍‌କାତାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସମବେତ ଜନତା ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବା ଘଟଣାକୁ ତୃଣମୂଳ କଂଗ୍ରେସର ଲୋକସଭା ସାଂସଦ ନୁସ୍‌ରତ୍‌ ଜହାଁ ରୁଇ ତୀବ୍ର ନିନ୍ଦା କରିଛନ୍ତି।

କାର୍ଯ୍ୟକ୍ରମରେ ଉପସ୍ଥିତ ଜନତା ‘ଜୟ ଶ୍ରୀରାମ’ ସ୍ଲୋଗାନ ଦେବାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉଦ୍‌ବୋଧନ ଦେବାକୁ ମନା କରି ଦେଇଥିଲେ।

ଟୁଇଟ୍‌ କରି ନୁସ୍‌ରତ୍‌ ଜହାଁ ରୁଇ ଲେଖିଛନ୍ତି, ରାମଙ୍କ ନାମ ଗଳାମାଳି କରି ଭଜିବା ନା, କଣ୍ଠରୋଧ କରି ଭଜିବା। ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଅବସରରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଏବଂ ଧାର୍ମିକ ସ୍ଲୋଗାନ୍‌ ଦେବା ଘଟଣାକୁ ମୁଁ ତୀବ୍ର ନିନ୍ଦା କରୁଛି।

publive-image Image Courtesy of India News Live

ନେତାଜୀ ଜୟନ୍ତୀ ଅବସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଜନତା ‘ଜୟ ଶ୍ରୀରାମ’ ସ୍ଲୋଗାନ୍‌ ଦେବାରୁ ମମତା ବାନାର୍ଜୀ ଉତ୍‌କ୍ଷିପ୍ତ ହୋଇଯାଇଥିଲେ। ସରକାରୀ କାର୍ଯ୍ୟକ୍ରମରେ ରାଜନୈତିକ ଏବଂ ଧାର୍ମିକ ସ୍ଲୋଗାନ୍‌ ଦେବା କଥାରେ ସେ ଆପତ୍ତି କରିଥିଲେ।

ବାନାର୍ଜୀ କହିଥିଲେ, ମୋର ମନେହୁଏ ସରକାରୀ କର୍ଯ୍ୟକ୍ରମରେ କିଛି ଗରିମା ରହିବା ଉଚିତ। ଏହା ଏକ ସରକାରୀ କାର୍ଯ୍ୟକ୍ରମ। କୌଣସି ରାଜନୈତିକ ଦଳର କାର୍ଯ୍ୟକ୍ରମ ନୁହେଁ। ଏଠାରେ ଏ ଭଳି କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ ସଂସ୍କୃତି ମନ୍ତ୍ରାଳୟ ପ୍ରତି କୃତଜ୍ଞ। କିନ୍ତୁ, କାହାକୁ ନିମନ୍ତ୍ରଣ କରି ଅପମାନ ଦେବା ଆପଣମାନଙ୍କୁ ଶୋଭାପାଏ ନାହିଁ।

‘ପରାକ୍ରମ ଦିବସ’ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେବାର କିଛି କ୍ଷଣ ଆଗରୁ ଏଭଳି ଘଟଣା ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe