ପଦାରେ ପଡ଼ିଲା ଟିଏମ୍‌ସି ସାଂସଦଙ୍କ କଳି: ବିଜେପି ଜାରି କଲା ଭିଡିଓ, ହ୍ବାଟ୍ସଆପ୍‌ ଚାଟ୍‌

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ଗୋଟିଏ ପଟେ ପଶ୍ଚିମବଙ୍ଗରେ ୨୫ ହଜାର ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ବାତିଲ କରିବା ଘଟଣାକୁ ନେଇ ମମତା ଚିନ୍ତାଗ୍ରସ୍ତ ଥିବାବେଳ...

gdgdcvcv

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବେ ଅତ୍ୟନ୍ତ ଜଟିଳ ସ୍ଥିତି ଦେଇ ଗତି କରୁଛନ୍ତି। ଗୋଟିଏ ପଟେ ପଶ୍ଚିମବଙ୍ଗରେ ୨୫ ହଜାର ସ୍କୁଲ୍‌ ଶିକ୍ଷକଙ୍କ ନିଯୁକ୍ତିକୁ ସୁପ୍ରିମକୋର୍ଟ ବାତିଲ କରିବା ଘଟଣାକୁ ନେଇ ମମତା ଚିନ୍ତାଗ୍ରସ୍ତ ଥିବାବେଳ ଅନ୍ୟପକ୍ଷେ ଟିଏମ୍‌ସି ବରିଷ୍ଠ ନେତାମାନେ ଏବେ ପରସ୍ପର ମଧ୍ୟରେ ବିବାଦ ଏବଂ କଳି ଝଗଡ଼ା ଲଗାଇବା ଘଟଣା ତାଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି। ବିଜେପି ନେତା ଅମିତ ମାଲବ୍ୟ ଟିଏମ୍‌ସି କଳିର ଭିଡିଓ କ୍ଲିପ୍‌ ଏବଂ ହ୍ବାଟ୍ସଆପ ଚାଟ୍‌ ତାଙ୍କ ଏକ୍ସ ହାଣ୍ଡେଲ୍‌ରେ ସେୟାର କରିବାପରେ ଉଭୟ ମମତା ଏବଂ ତାଙ୍କ ଦଳକୁ ଲଜ୍ଜିତ ହେବାକୁ ପଡ଼ିଛି।  ବିଜେପି ନେତା ଦାବି କରିଛନ୍ତି ଯେ ୨ ଜଣ ଟିଏମ୍‌ସି ସାଂସଦ ଏପ୍ରିଲ ୪ ତାରିଖରେ ଇସି (ନିର୍ବାଚନ କମିସନ୍‌) ଅଫିସରେ ଝଗଡ଼ା କରିଛନ୍ତି।  ଜଣେ ଟିଏମ୍‌ସି ସାଂସଦ ଦଳର ନିର୍ଦ୍ଦେଶ ନମାନି ଅନ୍ୟ କାହା ସହ କଥାବାର୍ତ୍ତା ନକରି ସିଧାସଳଖ ଦାବିପତ୍ର ନେଇ ଇସି ଅଫିସ୍‌ ଯାଇଥିବାରୁ ତାଙ୍କୁ ବିରୋଧ କରାଯାଇଥିଲା। ଏଥିରେ ଅନ୍ୟ ଜଣେ ସାଂସଦ ରାଗି ଯାଇଥିଲେ ଏବଂ ନିର୍ବାଚନ କମିସନ ଅଫିସରେ ପରସ୍ପର ମୁହାଁମୁହିଁ ହୋଇଥିଲେ ବୋଲି ଅମିତ ମାଲବ୍ୟ ଏକ୍ସରେ ଲେଖିଛନ୍ତି।  ପରେ ଏହି ଝଗଡ଼ା ‘ଏଆଇଟିସି ଏମ୍‌ପି ୨୦୨୪’ ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବି ଚାଲିଲା।  ସାଂସଦମାନେ ପରସ୍ପର ସହ ଝଗଡ଼ା କରିଥିଲେ। 

ଲିକ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ଅତ୍ୟନ୍ତ ଅସନ୍ତୋଷ ପ୍ରକାଶ କରୁଥିବା ଟିଏମ୍‌ସି ସାଂସଦ କଲ୍ୟାଣ ବାନାର୍ଜୀ ନିଜ ରାଗ ସମ୍ଭାଳି ପାରିନଥିବାବେଳେ ଦଳର ‌ଅନ୍ୟ ନେତାମାନେ ତାଙ୍କୁ ଶାନ୍ତ କରିବା ପାଇଁ ଚେଷ୍ଟା କରିଥିଲେ। କଲ୍ୟାଣ ବାନାର୍ଜୀଙ୍କୁ କେହି ଜଣେ ଗଣମାଧ୍ୟମର ଉପସ୍ଥିତି ସଂକ୍ରାନ୍ତରେ ସଚେତନ କରାଇଥିଲେ ସୁଦ୍ଧା ସେ ଖାତିର କରିନଥିଲେ। ସେ କହିଥିଲେ, କ’ଣ ହୋଇଗଲା। ମୁଁ ଚାହେ ଯେ ଗଣମାଧ୍ୟମ ଏସବୁ ଦେଖୁ।  ଟିଏମ୍‌ସି ସାଂସଦ ଜଣଙ୍କ କହିଥିଲେ ଯେ ସେ କୋଟା ଦ୍ବାରା ଅନ୍ୟ କୌଣସି ଦଳରୁ ଆସିନଥିବାରୁ ଏସବୁକୁ ସେ ସହ୍ୟ କରିବେନି। ପରେ ଏହି ଝଗଡ଼ା ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବି ଚାଲିଲା। ଚାଟ୍‌ରେ କଲ୍ୟାଣ ବାନାର୍ଜୀ ଜଣେ ମହିଳାଙ୍କ ବିରୋଧରେ ଅତି କଠୋର ଟିପ୍ପଣୀ ଦେଇଥିଲେ। ତେବେ କୀର୍ତ୍ତି ଆଜାଦ ତାଙ୍କୁ ବିରୋଧ କରିବାରୁ ସେ ତାଙ୍କ ଉପରେ ମଧ୍ୟ ରାଗ ଝାଡ଼ିଥିଲେ। ପରେ ସାମ୍ବାଦିକଙ୍କୁ ସୂଚନା ଦେଇ କଲ୍ୟାଣ ବାନାର୍ଜୀ ସ୍ବୀକାର କରିଥିଲେ ଯେ ଏହି ଝଗଡ଼ା ହୋଇଛି କିନ୍ତୁ ଏଥିପାଇଁ ସେ ଜଣେ ମହିଳା ସାଂସଦଙ୍କୁ ଦାୟୀ କରିଥିଲେ।  କଲ୍ୟାଣ କହିଛନ୍ତି, ମୁଁ ରାଜନୀତି‌ରେ ୪୦ ବର୍ଷ ଧରି ରହିଛି। ଏହି ମହିଳା ସାଂସଦ ଇସି ଅଫିସ୍‌ ବାହାରେ ସୁରକ୍ଷାକର୍ମୀଙ୍କୁ ମତେ ଗିରଫ କରିବାପାଇଁ କହୁଛନ୍ତି। ସେମାନେ ମତେ ଜେଲ୍‌ ପଠାଇବା ପାଇଁ କିଏ। କଲ୍ୟାଣ  କହିଛନ୍ତି, ଜଣେ ଭଲ ଇଂରାଜୀ କହିବାର ମାନେ ନୁହେଁ ଯେ ସେ ସମସ୍ତଙ୍କୁ ଅପମାନିତ କରିବେ। ଅନ୍ୟପକ୍ଷେ ଏହି ବିବାଦ ପରେ ମହିଳା ସାଂସଦ ଜଣଙ୍କ ହ୍ବାଟ୍ସଆପ୍‌ ଗ୍ରୁପ୍‌ ଛାଡ଼ି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe