ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଟିଏମ୍‌ସିର ରାଜନୈତିକ ପରାମର୍ଶଦାତା ସଂସ୍ଥା ‘ଇଣ୍ଡିଆନ୍ ପଲିଟିକାଲ୍ ଆକ୍ସନ୍ କମିଟି’ (ଆଇ-ପ୍ୟାକ୍) ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ଚଢ଼ଉ ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସାଂସଦମାନେ  ଆଜି ଦିଲ୍ଲୀରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଫିସ୍ ବାହାରେ ଟିଏମ୍‌ସି ସାଂସଦମାନେ ପ୍ରତିବାଦ କରିଥିଲେ। ଏହି ଧାରଣା ସମୟରେ ଦିଲ୍ଲୀ ପୁଲିସ ମହୁଆ ମୋଇତ୍ରା, ଡେରେକ୍ ଓ’ବ୍ରାଏନ୍, ଶତାବ୍ଦୀ ରାୟ, କୀର୍ତ୍ତି ଆଜାଦ ଓ ଅନ୍ୟ କେତେକ ଟିଏମ୍‌ସି ସାଂସଦଙ୍କୁ ଅଟକ ରଖିଥିଲା। ପୁଲିସ୍ ସାଂସଦମାନଙ୍କୁ ଉଠାଇ ଭ୍ୟାନ୍‌ରେ ନେଇଥିବା ବେଳେ ଦୁଇ ଘଣ୍ଟା ପରେ ଛାଡ଼ି‌ଥିଲା। ଗତକାଲି କୋଲକାତାର ଆଇ-ପ୍ୟାକ୍ ଅଫିସ୍ ଓ ଏହାର ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ବାସଭବନରେ ଇଡି ଚଢ଼ଉ ହୋଇଥିଲା।

Advertisment

Toilet: ପାରଳା ପୌରପରିଷଦର‌ ୧୦ ଶୌଚାଳୟରେ ଝୁଲୁଛି ତାଲା

ଏହା ଏକ କୋଇଲା ଚୋରାଚାଲାଣ ମାମଲା ସହ ଜଡ଼ିତ ମନି ଲଣ୍ଡରିଂ ତଦନ୍ତର ଅଂଶ ବୋଲି ଇଡି କହିଛି।  ଅନ୍ୟପକ୍ଷରେ ଟିଏମସି ଏହାକୁ କେନ୍ଦ୍ରର ରାଜନୈତିକ ପ୍ରତିଶୋଧ ବୋଲି ଅଭିଯୋଗ କରିଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଦାବି କରିଛନ୍ତି ଯେ କୋଇଲା ଦୁର୍ନୀତିରେ କେନ୍ଦ୍ର ଗୃହମନ୍ତ୍ରୀ ଶାହଙ୍କ ସମ୍ପୃକ୍ତି  ରହିଛି ଏବଂ ଏ ନେଇ ତାଙ୍କ ପାଖରେ ଏକ ପେନ୍‌ ଡ୍ରାଇଭ୍‌୍‌ରେ ପ୍ରମାଣ ରହିଛି। ଆବଶ୍ୟକ ସ୍ଥଳେ   ଏ ବିଷୟରେ ସବିଶେଷ ତଥ୍ୟ ପ୍ରକାଶ କରାଯିବ ବୋଲି ମମତା କହିଛନ୍ତି।  ‘ମୁଁ ମୋ ପଦକୁ ସମ୍ମାନ ଜଣାଇ  ଚୁପ୍ ରହିଛି। ମୋ ଉପରେ ଅଧିକ ଚାପ ପକାନ୍ତୁ ନାହିଁ। ମୁଁ ସବୁକିଛି ପ୍ରକାଶ କରିବି। ସମଗ୍ର ଦେଶ ଏଥିରେ ଆଶ୍ଚର୍ଯ୍ୟ ହୋଇଯିବ’ ବୋଲି ମମତା କହିଛନ୍ତି।

Pollution: ଡମଶାଳ ନାଳ କୂଳରେ ଧନ୍ବନ୍ତରୀ ଘାସ ରୋପଣ, ଦେଶରେ ପ୍ରଥମ!