‘ଖେଳ ଆରମ୍ଭ ପୂର୍ବରୁ ଶେଷ’ ଭୋଜପୁରୀ ଅଭିନେତା ପଓ୍ବନ ସିଂ ଆସନସୋଲରୁ ବିଜେପିର ଟିକେଟ ପ୍ରତ୍ୟାଖ୍ୟାନ ପରେ ଟିଏମସିର କଟାକ୍ଷ

Advertisment
‘ଖେଳ ଆରମ୍ଭ ପୂର୍ବରୁ ଶେଷ’ ଭୋଜପୁରୀ ଅଭିନେତା ପଓ୍ବନ ସିଂ ଆସନସୋଲରୁ ବିଜେପିର ଟିକେଟ ପ୍ରତ୍ୟାଖ୍ୟାନ ପରେ ଟିଏମସିର କଟାକ୍ଷ

ନୂଆଦିଲ୍ଲୀ: ଭୋଜପୁରୀ ଅଭିନେତା ପଓ୍ବନ ସିଂହଙ୍କୁ ପଶ୍ଚିମ ବଙ୍ଗର ଆସନସୋଲରୁ ବିଜେପି ପ୍ରାର୍ଥୀ କରିବା ଓ ଏଥିପାଇଁ ସେ ରାଜି ନ ହେବାକୁ ନେଇ ବିରୋଧୀ ଦଳମାନେ ବିଜେପିକୁ କଟାକ୍ଷ କରିଛନ୍ତି । ତୃଣମୂଳ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ କହିଛନ୍ତି ଯେ ଏହି ପଦକ୍ଷେପ ପଶ୍ଚିମବଙ୍ଗବାସୀଙ୍କ ଉତ୍ସାହ ଏବଂ ସାହସର ଫଳ।  ଖେଳ ଆରମ୍ଭ ହେବା ପୂର୍ବରୁ ଖେଳ ଶେଷ ହୋଇଯାଇଛି ବୋଲି ସେ କହିଛନ୍ତି । ଦଳର ନେତା ଡେରେକ୍ ଓ'ବ୍ରାଏନ୍  ମଧ୍ୟ ସମାନ କଥା କହିଛନ୍ତି। ଏହା ପୂର୍ବରୁ କଂଗ୍ରେସର ଅଭିଷେକ ସିଂଘଭି ଏବଂ ତୃଣମୂଳର ସାକେତ ଗୋଖଲେଙ୍କ ସମେତ ଅନେକ ବିରୋଧୀ ନେତା ପବନ ସିଂହଙ୍କୁ ପ୍ରାର୍ଥୀ କରିବା ନେଇ ବିଜେପିକୁ ସମାଲୋଚନା କରିଥିଲେ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁସାରେ ସ୍ଥାନୀୟ ଲୋକମାନଙ୍କ ବିରୋଧ କାରଣରୁ ବିଜେପି ତାଙ୍କ ପ୍ରାର୍ଥୀତ୍ବ ପ୍ରତ୍ୟାହାର କରିଛି । ଏହାର କାରଣ ହେଉଛି ପୱନ ସିଂହ ବିହାରର ବାସିନ୍ଦା।  ପଶ୍ଚିମବଙ୍ଗରୁ ତାଙ୍କ ପ୍ରାର୍ଥୀତ୍ୱକୁ ନେଇ ବଡ ବିବାଦ ସୃଷ୍ଟି ହୋଇଛି । ପୱନ ସିଂହଙ୍କ ପୁରୁଣା ଗୀତରେ ସେ ବଙ୍ଗଳାର ମହିଳାଙ୍କ ଉପରେ ମନ୍ତବ୍ୟ ଦେଇଥିବାରୁ ଅନେକ ଲୋକ ଏହି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସୋସିଆଲ ମିଡିଆରେ ଉଠିଥିବା ପ୍ରଶ୍ନ ଓ ସମାଲୋଚନାକୁ ଦୃଷ୍ଟିରେ ରଖି ବିଜେପି ହାଇକମାଣ୍ଡ ଆସନସୋଲ ଆସନରୁ ପ୍ରାର୍ଥୀ ହେବା ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛନ୍ତି। ପରେ ପୱନ ସିଂହ ମଧ୍ୟ ଟ୍ୱିଟ୍ କରି ନିର୍ବାଚନ ଲଢ଼ିବାକୁ ମନା କରିଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe