ପଶ୍ଚିମବଙ୍ଗରେ ଟିଏମସିର ଏକତରଫା ବିଜୟ, ସମସ୍ତ ଚାରିଟି ଆସନରେ ହାରିଲା ବିଜେପି 

Advertisment
ପଶ୍ଚିମବଙ୍ଗରେ ଟିଏମସିର ଏକତରଫା ବିଜୟ, ସମସ୍ତ ଚାରିଟି ଆସନରେ ହାରିଲା ବିଜେପି 

photo-indian express

କୋଲକାତା: ପଶ୍ଚିମବଙ୍ଗର ଚାରିଟି ବିଧାନସଭା ଆସନ ପାଇଁ ହୋଇଥିବା ଉପ-ନିର୍ବାଚନର ଫଳାଫଳ ଆସିଯାଇଛି | ଆଉ ଏହି ଫଳାଫଳରେ ବିଜେପିକୁ ପଛରେ ପକାଇ ​​ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ ଏକପାଖିଆ ବିଜୟ ହାସଲ କରିଛି। ସଦ୍ୟତମ ତଥ୍ୟ ଅନୁଯାୟୀ ଟିଏମସି ଚାରିଟି ସିଟ୍ ଜିତିଛି। ଟିଏମସି ଗୋସାବା, ଦିନହାଟ, ଖରହଦା ଏବଂ ଶାନ୍ତିପୁର ବିଧାନସଭା ଆସନ ଜିତିଛି।

ତୃଣମୂଳ କଂଗ୍ରେସ ପ୍ରାର୍ଥୀ ସୁବ୍ରତ ମଣ୍ଡଳ ୧,୪୩,୦୫୧ ଭୋଟ ବ୍ୟବଧାନରେ ଗୋସାବା ବିଧାନସଭା ଆସନ ଜିତିଛନ୍ତି। ଦିନହାଟରେ ଟିଏମସି ପ୍ରାର୍ଥୀ ଉଦୟନ ଗୁହା ତାଙ୍କ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୧,୬୪,୦୮୯ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ସେହିଭଳି ଦଳର ପ୍ରାର୍ଥୀ ଶୋଭନଦେବ ଚଟୋପାଧ୍ୟାୟ ୯୩,୮୩୨ଖଣ୍ଡ ଭୋଟ ବ୍ୟବଧାନରେ ଖରହଦା ବିଧାନସଭା ଆସନ ଜିତିଛନ୍ତି। ଏହା ବ୍ୟତୀତ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ବ୍ରଜ କିଶୋର ଗୋସ୍ୱାମୀ ଶାନ୍ତିପୁର ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନିରଂଜନ ବିଶ୍ୱାସଙ୍କୁ ୬୪,୬୭୫ ଭୋଟରେ ପରାସ୍ତ କରିଛନ୍ତି।


ସୂଚନା ଥାଉ କି ସମ୍ପୂର୍ଣ୍ଣ ଫଳାଫଳ ବାହାରିବା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କର ଚାରିଜଣ ପ୍ରାର୍ଥୀଙ୍କୁ ବିଜୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ସେ ଟ୍ୱିଟ୍ କରି କହିଥିଲେ ଯେ 'ଚାରିଜଣ ପ୍ରାର୍ଥୀଙ୍କୁ ଅଭିନନ୍ଦନ। ଏହା ଲୋକମାନଙ୍କର ଏକ ବିଜୟ, କାରଣ ଏହା ଦର୍ଶାଏ ଯେ ବଙ୍ଗଳାର ଲୋକମାନେ ସର୍ବଦା ମିଥ୍ୟା ପ୍ରଚାର ଏବଂ ଘୃଣାର ରାଜନୀତି ବ୍ୟତୀତ ବିକାଶ ଏବଂ ଏକତା ବାଛିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe